(ମମତା ସାମଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଠପ୍। ଗତକାଲି ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣର ପ୍ରତିବାଦରେ ଆଜି ଡାକ୍ତର, ନର୍ସ ଓ ଆଶାକର୍ମୀ ଧାରଣାରେ ବସିଥିଲେ।
ଏହା ବ୍ୟତୀତ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ମଧ୍ୟ ବାଣପୁରର ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି। ସେପଟେ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଡାକ୍ତର, ନର୍ସ ଓ ଆଶାକର୍ମୀ ।