କିଭ: ୟୁକ୍ରେନ ଓ ଋଷ ଯୁଦ୍ଧ ଲାଗିରହିଛି । ଋଷ ସେନା ଲାଗାତାର ଆକ୍ରମଣ କରିବାରେ ଲାଗିଛି । ଏହାର ପ୍ରତି ଉତ୍ତରେ ୟୁକ୍ରେନ ମଧ୍ୟ କଡା ଜବାବ ଦେଉଛନ୍ତି । ୟୁୁକ୍ରେନର ରାଜଧାନୀ କିଭ୍ ଉପରେ ଋଷ କବ୍ଚା କରିବାକୁ ଉଦ୍ୟମ ଜାରି ରଖିଛି । ଏହାମଧ୍ୟରେ ରୁଷ ୟୁକ୍ରେନର ଆର୍ମି ବେସ ଉପରେ ଆକ୍ରମଣ କରିବା ଫଳରେ ୭୦ ଜଣ ସୈନ୍ୟଙ୍କ ମୃତ୍ୟୁହୋଇଛି।
ସୂଚନା ଅନୁସାରେ କିଭ୍ ଓ ଖାରକିଭଧ୍ୟରେ ଥିବା ଓଖତିରିକା ସହରର ଆର୍ମିବେସ ଉପରେ ବମ୍ ପକାଇଛି ଋଷ । ଯାହାଫଳରେ ୭୦ ୟୁକ୍ରେନ ସୈନ୍ଖଳ ମୃତତ୍ୟୁ ବରଣ କରିଛନ୍ତି । ଏହା ପୂର୍ବରୁ ରୁଷ ସେନା ୟୁକ୍ରେନର ଦ୍ୱିତୀୟ ବଡ ସହର ଖାରକିଭରେ ବୋମା ବର୍ଷଣ କରିଥିଲା। ଋଷ ଆକ୍ରମଣରେ ଘାଇଲା ୟୁକ୍ରେନ ସହର । କାରଣ ଋଷ ଘନଘନ ମିସାଇଲ ମାଡ କରିଚାଲିଛି । ଋଷ ୧୧୩ କ୍ରୁଜ୍ ମିସାଇଲ କ୍ଷେପଣ କରିଛି । ୫୬ ମିସାଇଲ ୟୁକ୍ରେନକୁ ହିଟ୍ କରିଛି । ଏ ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଖାରକିଭରେ ନାଗରିକଙ୍କ ମୃତ୍ୟୁ ବଢ଼ିଛି ।
ଏପଟେ ଶାନ୍ତି ଅଲୋଚନା ଦାବି କରି ସେପଟେ ଯୁଦ୍ଧ ପାଇଁ ସୈନ୍ୟ ପଠାଉଛି ଋଷ। ଏଥି ସହ ଋଷ କରିଚାଲିଛ ଅନ୍ୟ ଯୋଜନା । କିଭ ଆକ୍ରମଣ ପାଇଁ ଚାଲିଛି ଏହି ଯୋଜନା । ଏଥିରେ ବହୁ ସଂଖ୍ୟାରେ ମିଲିଟାରୀ ଟ୍ୟାଙ୍କ, ଯୁଦ୍ଧ କମାଣ ଓ ବିପୁଳ ଗୋଳାବାରୁଦ ରହିଛି । ଗୋଟିଏ ପଟେ ଋଷ ଶାନ୍ତି ଆଲୋଚନା କରୁଥିବା ବେଳେ କିଭ ଉପରକୁ ଆକ୍ରମଣ କରିଚାଲିଛି ।