୨୦୧୭ରୁ ଚୀନରେ ୬୫ ପ୍ରତିଶତ ମସଜିଦ ଭଙ୍ଗାସରିଛି

ନୂଆଦିଲ୍ଲୀ: ଭାରତ ମୁସଲମାନ ବିରୋଧୀ । ଭାରତରେ ମୁସଲମାନଙ୍କ ଉପରେ ହେଉଛି ଅତ୍ୟାଚାର । ଏମିତି କେତେ ଅଭିଯୋଗ ଆଣୁଥିବା ପାକିସ୍ତାନ କିନ୍ତୁ ଚୀନରେ ମସଜିଦ ଭଙ୍ଗା ଯାଉଥିବା ବେଳେ, ଚୀନରେ ମୁଲମାନଙ୍କୁ ପ୍ରତାଡିତ କରାଯାଉଥିବା ବେଳେ ତାକୁ ନେଇ ବିଶ୍ୱ ସଂଗଠନ ନିକଟରେ ବାହୁନୁନି । ଚୀନରେ ୬୫ ପ୍ରତିଶତ ମସଜିଦକୁ ଭଙ୍ଗାଯାଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ଖଣ୍ଡନ କରୁଛି ।
୨୦୧୭ ମସିହାରୁ ଚୀନରେ ମସଜିଦ୍ ଧ୍ୱଂସ ପ୍ରକ୍ରିୟା ଜାରି ରହିଛି । ଏକ ରିପୋର୍ଟ ଅନୁସାରେ, ଚୀନ୍ ପ୍ରାୟ ୬୫ ପ୍ରତିଶତ ମସଜିଦକୁ ଧ୍ବଂସ କରାଯାଇଛି । ଅଷ୍ଟ୍ରେଲିୟନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକ୍ ପଲିସି ଖବର ଅନୁଯାୟୀ, ଚୀନରେ ୬୫ ପ୍ରତିଶତ ମସଜିଦ ଓ ଇସଲାମୀୟ କୋଠାବାଡିକୁ ଧ୍ୱଂସ କରାଯାଇଛି । ଏହା ବ୍ୟତୀତ, ଚୀନରେ ଉଇଗର ବିଦ୍ବେଶୀ ମଧ୍ୟ ଗାୟବ ହୋଇଯାଇଛନ୍ତି ।

SR