ଭୁବନେଶ୍ୱର: ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ 5-T ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଥର ପାଇଁ ସୋସିଆଲ ମିଡିଆକୁ ଆସିଛନ୍ତି 5-T ସଚିବ । ତେବେ 5-T ସଚିବ ପୁରୀ ରଥଖଳାରେ କାରିଗର ରଥ ନିର୍ମାଣ ଫଟୋଟି ମେ’ ୯ରେ ’ଜୟ ଜଗନ୍ନାଥ’ ଲେଖି ପୋଷ୍ଟ କରିଥିଲେ । ଏହା ପରେ ମାଆ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ସମୟର ଫଟୋ ମଧ୍ୟ ପୋଷ୍ଟ ହୋଇଛି ।
ଏପରିକି ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି, ଭାରତୀୟ ବ୍ୟାଡମିଣ୍ଟନ ଟିମକୁ ସମ୍ବର୍ଦ୍ଧନା, ରୋମ ଓ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନାର ଫଟୋ ପୋଷ୍ଟ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ କାମ ଦିନର ହୋଇଥିଲେ ବି ଏପର୍ଯ୍ୟନ୍ତ ୨୬ ହଜାରରୁ ଅଧିକ ଲୋକ ତାଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି ।
https://www.instagram.com/reel/Cfft8HCJVkn/?utm_source=ig_web_copy_link