କରୋନାକୁ ମାତ ଦେବ ଚତୁର୍ଥ ବୁଷ୍ଟର ଡୋଜ୍‌

ବିଶ୍ୱରେ କରୋନାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି ।

(ଦିଲ୍ଲୀ) : ବିଶ୍ୱରେ କରୋନାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି । ଏହାରି ମଧ୍ୟରେ କରୋନାର ଗୋଟିଏ ପରେ ଗୋଟିଏ ଭାରିଏଣ୍ଟ ଆସୁଛି, ଆଉ ସାରା ବିଶ୍ୱକୁ କରୁଛି କଲବଲ। ଏହାର ମୁକାବିଲା ପାଇଁ ଏବେ କରୋନା ଟିକାର ଚତୁର୍ଥ ବୁଷ୍ଟର ଡୋଜ୍‌ର ଆବଶ୍ୟକ ପଡ଼ିପାରେ। ଏନେଇ ଆମେରିକାର ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା ଡଃ. ଆନ୍ଥୋନୀ ଫସି କହିଛନ୍ତି।

ସୂଚନାନୁଯାୟୀ , ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ ସ୍ୱାସ୍ଥ୍ୟ ପରାମର୍ଶଦାତା କହିଥିଲେ, ନଭେମ୍ବରରେ ଓମିକ୍ରନ୍ ଭାଇରସ ପ୍ରଥମେ ଚିହ୍ନଟ ହେବା ପରଠାରୁ ବିଶ୍ୱରେ କରୋନାରୁ ୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସେ କରୋନାର ଏହି ଭାରିଏଣ୍ଟକୁ ଦ୍ରୁତଗତିରେ ବ୍ୟାପୁଥିବା ୱେଭ୍‌ ବୋଲି ବର୍ଣ୍ଣନା କରିଥିଲେ।