ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୬ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କଲାଣି ଦୈନିକ କରୋନା ମିଟର

(ଭୁବନେଶ୍ୱର) : ରାଜ୍ୟରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କଲାଣି ଦୈନିକ କରୋନା ମିଟର । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୬ କରୋନା ସଂକ୍ରମିତ ଚିହ୍ନଟ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ଜଣେ ସଂକ୍ରମିତ ରହିଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୮୯୭ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ସଂଖ୍ୟା :-

 

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୧୯୫୮୪୧୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ସୂଚନାନୁଯାୟୀ , ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୮୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୬୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୯୪୫୧ଜଣ ସୁସ୍ଥ ହୋଇଛନ୍ତି ।