କୋରାପୁଟ ପାତାଳି ନଦୀରେ ଡଙ୍ଗାବୁଡି ଘଟଣା ; ୪ ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ପାତାଳୀ ନଦୀରେ ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା ୪ଜଣ ମୃତ ଦେହ ଆଜି ଉଦ୍ଧାର ହୋଇଛି । ଓଡ୍ରାଫ ଟିମ ଓ ନନ୍ଦନପୁର ଅଗ୍ନିଶମ ବିଭାଗ ଦ୍ୱାରା ନଦୀରୁ ନିଖୋଜ ୪ ମୃତ ଦେହ ଉଦ୍ଧାର ହୋଇଛି । ଆଜି ଶଶିରେଖା ଆଲର୍ବ, ନବିନା ଆଲର୍ବ, ପୁଷ୍ପାଞ୍ଜଳି ଆଲର୍ବ ଓ କ୍ରାନ୍ତି ସୀମାଙ୍କ ମୃହ ଦେଡ ଉଦ୍ଧାର କରାଯାଇଛି । ଗତକାଲି ତାନସିଂ ଘାଟ ନିକଟରେ ଲାଲ୍ମଣି ସୀମାଙ୍କ ମର ଶରୀର ଭାସୁଥିବା ବେଳେ ମରଶରୀର ଉଦ୍ଧାର କରାଯାଇଥିଲା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାରସିଂ ପଂଚାୟତର ତାନସିଂ ଗାଁର ୩ ମହିଳା ଏବଂ ଦୁଇ ନାବାଳିକା ଏକ ଦେଶୀ ଡଙ୍ଗାରେ ବାଡ଼େଲା ଗାଁକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ । ନିଜ ଗାଁକୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।