ବାଘଛାଲ ବିକ୍ରି, ୨ ଅଭିଯୁକ୍ତ ଗିରଫ

ନୟାଗଡ: ବାଘଛାଲ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ନୟାଗଡ଼ ବାଣୀଗୋଚ୍ଛାରୁ ୨ ଜଣଙ୍କୁ ଗିରଫ କରିଛି STF । ମିଳିଥିବା ସୂଚନା ଅନୁସାରେ, ଅଢେଇ ଲକ୍ଷ ଟଙ୍କାରେ ଛାଲ ବିକ୍ରି କରିବା ପାଇଁ ଦୁଇ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେ I ଭୁବନେଶ୍ୱର ଫନ୍ଫୋଭ୍ୟାଲି ରୋଡ଼ରେ ବାଘ ଛାଲ ଡ଼ିଲ ବେଳେ ଏସ୍‌ଟିଏଫ୍‌ର ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ଏସ୍‌ଟିଏଫ୍‌ ଏସ୍‌ପି ରବି ଶତପଥୀଙ୍କ କହିବା ଅନୁସାରେ ଶିକାର ବାଘର ବୟସ ପାଖାପାଖି ୧୦ ବର୍ଷ ହେବ। ନୟାଗଡ଼ର ବାଣୀଗୋଚ୍ଛା ଜଙ୍ଗଲରେ ବାଘ ଶିକାର କରାଯାଇଥିଲା। କିନ୍ତୁ ବାଘର ଅନ୍ୟ ସବୁ ଜିନିଷ ମିଳିପାରି ନାହିଁ I ବାଘର ନଖ, ମାଂସ, ଦାନ୍ତ ଆଦି କୁଆଡେ ଗଲା ସେନେଇ ଖୋଳତାଡ଼ ଜାରି ରହିଛି। ଏସ୍‌ଟିଏଫ୍‌ ଟିମ୍‌ ବାଘର ମୃତ୍ୟୁ ହୋଇଥିବା ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରାଯିବା।