ଭୁବନେଶ୍ୱର: ୨୦୨୧ ବର୍ଷର ରିଭ୍ୟୁ ରିପୋର୍ଟ ପ୍ରକାଶ କରିଛି ରାଜ୍ୟ ଭିଜିଲାନ୍ସ । ରିପୋର୍ଟ ମୁତାବକ, ଗୋଟିଏ ବର୍ଷକ ମଧ୍ୟରେ ଶହେ ଲାଞ୍ଚୁଆ ସରକାରୀ କର୍ମଚାରୀ ଧରା ପଡ଼ିଛନ୍ତି। ସେହିପରି ୨୬୭ଟି ଅପରାଧିକ ମାମଲାରେ ୪୭୫ ଜଣଙ୍କ ନାଁରେ କେସ୍ ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ସରକାରୀ ଅଧତ୍କାରୀଙ୍କ ସଂଖ୍ୟା ୪୬ ରହିଛି। ସେହିପରି, ୧୦୭.୬୦ କୋଟି ଟଙ୍କା ୯୨ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଠାବ ହୋଇଛି। ୧୦୯ ଜଣଙ୍କୁ ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡେଡ ଧରାପଡିବା ପରେ ଗିରଫ ହୋଇଛନ୍ତି। ତେବେ ବଡ଼ କଥା ହେଉଛି ଗିରଫ ହୋଇଥିବା ୧୦୯ ଜଣଙ୍କ ମଧ୍ୟରୁ ୧୦୦ ଜଣ ସରକାରୀ ଅଫିସର୍ ରହିଛନ୍ତି।
ଟଙ୍କା ନେଇ ଯିବା ବେଳେ ରାସ୍ତାରେ ଧରାପଡ଼ିଛନ୍ତି ୧୫ ଜଣ ସରକାରୀ ବାବୁ। ସେମାନଙ୍କ ନିକଟରୁ ମୋଟ ୫୮.୮୪ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି। ୧୫ ଜଣ ସରକାରୀ ବାବୁଙ୍କ ମଧ୍ୟରେ ୮ ଜଣ କ୍ଲାସ୍-୧, ୪ ଜଣ କ୍ଲାସ୍-୨ ଓ ତିନିଜଣ କ୍ଲାସ୍-୩ କର୍ମଚାରୀ ରହିଛନ୍ତି।