୨୦୨୭ ବିଶ୍ୱକପ କୁ ନେଇ ରୋହିତଙ୍କ ବଡ ସଂକେତ

ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମା ୨୦୨୭ ବିଶ୍ୱକପ କୁ ନେଇ ବଡ ସଂକେତ ଦେଇଛନ୍ତି । ତେବେ ସନ୍ୟାସ ନେଇଥିବା ରୋହିତ ଦିନିକିଆ ରେ ଖେଳୁଛନ୍ତି । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ଖେଳିବା ପୂର୍ବରୁ ରୋହିତ ଶର୍ମା ୨୦୨୭ ବିଶ୍ବକପ ନେଇ ସ୍ପଷ୍ଟ କରିଛନ୍ତି । କ୍ରିକେଟରେ ଆହୁରି ଅନେକ କିଛି ହାସଲ କରିବାର ରହିଛି ବୋଲି ସେ ସ୍ପଷ୍ଟ  କରିଛନ୍ତି । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା କହିଛନ୍ତି, ମୋ କାମ ପୁରାଣ ହେଇଯାଇଛି ବୋଲି ମୁଁ ଏପର୍ଯ୍ୟନ୍ତ ଭାବିନାହିଁ ଏମିତି ଭାବନା ମୋ ମୁଣ୍ଡ ରେ କେବେ ବି ଆସିନି , ଯାହା କାମ ମୋତେ କରିବାକୁ ଥିଲା ତାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ତେବେ ସେ ଯେବେ ପର୍ଯ୍ୟନ୍ତ କ୍ରିକେଟ ଖେଳୁଛନ୍ତି , ସେ ପର୍ଯ୍ୟନ୍ତ କିଛି କିଛି ହାସଲ କରିବା ଜରୁରୀ ଏବଂ ୨୦୨୭ ବିଶ୍ୱକପ କୁ ନେଇ ସେ ଅପେକ୍ଷା ରେ ଅଛନ୍ତି ଏବଂ ଆଉ ଆଗକୁ କଣ ରହିଛି ସେସବୁ କୁ ଅନୁଧ୍ୟାନ କରୁଛନ୍ତି ।ରୋହିତ ୨୦୨୭ ବିଶ୍ୱକପ ର ଅଧୁରା ସ୍ୱପ୍ନ  କୁ ପୁରଣ କରିବା ପାଇଁ ଚେଷ୍ଟା ଜାରିରଖିଛନ୍ତି ।୨୦୨୭ ଦିନିକିଆ ବିଶ୍ବକପ ଅକ୍ଟୋବର-ନଭେମ୍ବରରେ ସାଉଥ ଆଫ୍ରିକା, ଜିମ୍ବାୱେ ଏବଂ ନାମିବ୍ୟାରେ ଖେଳାଯିବ । ରୋହିତ ଟେଷ୍ଟ ଏବଂ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ସନ୍ନ୍ୟାସ ନେଇଛନ୍ତି । କିନ୍ତୁ ଦିନିକିଆରେ ଏଯାଏଁ ଖେଳୁଛନ୍ତି ।