କର୍ଣ୍ଣାଟକ: ହିଜାବ ମାନେ ପର୍ଦ୍ଦା, ଆଉ ହିଜାବ ନପିନ୍ଧିବାରୁ ଦୁଷ୍କର୍ମ ବଢୁଛି । ଏଭଳି ବୟାନ ଦେଇ ବିବାଦରେ ଫସିଛନ୍ତି କର୍ଣ୍ଣାଟକର କଂଗ୍ରେସ ନେତା ଜମିର ଅହମ୍ମଦ । ଗଣମାଧ୍ୟମ ସହ ଅଲୋଚନା ବେଳେ ସେ ଏଭଳି ବୟାନ ଦେଇଥିଲେ । ତେବେ ହିଜାବ ପିନ୍ଧିବା ବାଧ୍ୟ ନୁହେଁ । କେବଳ ନିଜକୁ ରକ୍ଷା କରିବାକୁ ଚାହୁଁଥିଲେ ମହିଳାମାନେ ହିଜାବ ପିନ୍ଧି ପାରିବେ, ପୂର୍ବରୁ ମହିଳାମାନେ ନିଜର ସୁନ୍ଦରତାକୁ ଲୁଚାଇ ରଖିବା ପାଇଁ ହିଜାବ ପିନ୍ଧୁଥିଲେ ବୋଲି କହିଛନ୍ତି ଜମିର ଅହମ୍ମଦ ।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତିଯେ ଏହା କେବଳ ତାଙ୍କର ନିଜସ୍ୱ ରାୟ । ମହିଳାମାନେ ଯାହା ଚାହିଁବେ ତାହା ପିନ୍ଧି ପାରିବେ । ଦୁଷ୍କର୍ମ ଯଦି ବଢିବ ତେବେ ଦେଶ କିପରି ଚାଲିବ ବୋଲି ସେ କହିଛନ୍ତି । ରାଜ୍ୟରେ ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି, ସାମ୍ପ୍ରଦାୟିକ ସଦ୍ଭାବନା ପ।ଇଁ ସ୍ଥାନୀୟ ପ୍ରଶାସନ ଓ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ୧୪ ତାରିଖରୁ ସ୍କୁଲ ମଧ୍ୟ ଖୋଲାଯାଇଛି ।