(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଦ୍ୱୀତିୟ ପର୍ଯ୍ୟାୟ ଲକଡାଉନରେ ରାଜ୍ୟରେ ସ୍ୱାଭାବିକ ହେବା ଘରୋଇ ଗାଡି ଚଳା ଚଳ । କିନ୍ତୁ ପଜେଟିଭ ମିଳିଥିବା ୯ଟି ଜିଲ୍ଲାକୁ ଘରୋଇ ଗାଡି ଚଳାଚଳ ବନ୍ଦ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗାଡି ଚଳାଚଳ ବନ୍ଦ ରହିବା ଜିଲ୍ଲା ଗୁଡିକ ହେଉଛି କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, କଳାହାଣ୍ଡି, ସୁନ୍ଦରଗଜଡ, ଢେଙ୍ଗାନାଳ ଓ ଖୋର୍ଦ୍ଧା । କେବଳ ଜରୁରିକାଳୀନ ଓ ଅତ୍ୟାବଶ୍ୟକ ସେବା ପାଇଁ ଅନ୍ୟ ଜିଲ୍ଲା ଗୁଡିକରେ ଘରୋଇ ଗାଡି ଚଳାଚଳ କରିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି । ସେହିପରି ଗ୍ରାମଞ୍ଚଳରେ ଜଳ ସମ୍ପଦ ବିଭାଗର ଅଧା ବାକି ଥିବା କାମ ଚାଲୁ ରହିବା ରାସ୍ତା କାମ, ଏମଏସଏମଇ, ଶିଳ୍ପ ପ୍ରକଳ୍ପ ଚାଲିବ । ଲକଡାଉନ କଟକଣା ଏହି ସବୁ କାର୍ଯ୍ୟ ପାଇଁ ଲାଗୁ ହେବ ନାହିଁ । ଏହା ସହ ପୂର୍ତ୍ତ ବିଭାଗ ଦ୍ୱାରା ବିଭିନ୍ନ କାମ ଗ୍ରାମାଞ୍ଚଳରେ ଚାଲିବ । ଯେଉଁଥିରେ ରହିଛି ପୋଲ୍ଲ, ଜାତୀୟ ରାଜପଥ ନିର୍ମାଣ । ପଞ୍ଚାୟତରାଜ ବିଭାଗର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ହେଉଥିବା ମାସ୍କ ନିର୍ମାଣ, ପିପିଇ, ସାନିଟାଇଜର ଭଳି ଜରୁରି ସେବା ସାମଗ୍ରୀ ଉତ୍ପାଦନ ଓ ବିକ୍ରି ମଧ୍ୟ ଏହି ଲକଡାଉନ ବେଳେ ଚାଲିପାରିବ । କିନ୍ତୁ ସାମଜିକ ଦୁରତା ଅବଲମ୍ବନ କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।