ସୋସିଆଲ ମିଡିଆରେ ପ୍ରେମ କରି ଫସିଲେ

(ରାଉରକେଲା) : ସୋସିଆଲ ମିଡିଆରେ ପ୍ରେମ କରି ଫସିଲେ । ନ।।ବଳିକାକୁ ପ୍ରେମ କରି ସାଙ୍ଗରେ ନେଇ ଫେରାର ହେଉଥିବା ବେଳେ ପଡିଗଲେ ପୁଲିସଙ୍କ ହାବୁଡରେ । ଆଉ ଏବେ ପୁଲିସ ହେପାଜତରେ ।
ସୂଚନା ଅନୁଯାୟୀ ଦୀର୍ଘ ବର୍ଷେ ତଳେ ପଞ୍ଜାବର ଜଣେ ଯୁବକଙ୍କ ସହ ରାଉରକେଲା ସେକ୍ଟର ଅଞ୍ଚଳର ଜଣେ ୧୪ବର୍ଷ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ନାବାଳିକାଙ୍କୁ ସୋସିଆଲ ମିଡିଆ ଜରିଆରେ ପ୍ରେମ କରୁଥିଲା ପଞ୍ଜାବର ହର୍ଜିତ ସିଂ । ନାବାଳିକା ପ୍ରେମିକାକୁ ଧରି ଫେରାର ହେଉଥିବା ସମୟରେ ପୁଲିସ ହାବୁଡରେ ପଡିଗଲେ । ପଞ୍ଜାବରୁ ହର୍ଜିତ ସିଂ ନିଜ ପ୍ରେମିକାକୁ ନେବା ପାଇଁ ଗତ ୨୩ ତାରିଖରେ ପହଞ୍ଚିଥିଲା ରାଉରକେଲା । ଆଉ ନାବାଳିକା ପ୍ରେମିକାକୁ ଧରି ଟ୍ରେନ୍ ଯୋଗେ ପଞ୍ଜାବ ଯିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ନାବାଳିକା ବାପାଙ୍କ ଅଭିଯୋଗ ପରେ ରାଉରକେଲା ଷ୍ଟେସନରୁ କ୍କ୍ର ୩ ପୋଲିସ ସହ ରେଳବାଇ ପୋଲିସ ଧରିଥିଲା । ନାବାଳିକା ଝିଅକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଥିବା ବେଳେ ପ୍ରେମିକ ହର୍ଜିତ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।