(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୫୭ କୋରୋନା ଆକ୍ରାନ୍ତ ସୁସ୍ଥ । ଏହାକୁ ମିଶାଇ ରାଜ୍ୟରେ ୨୭୭ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୦, ଜଗସିହପୁର ୫, ଭୁବନେଶ୍ୱର ୩, ମୟୂରଭଞ୍ଜ ୪, ବଲାଙ୍ଗୀର ୨, ବାଲେଶ୍ୱର, କେନ୍ଦ୍ରାପଡା ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଭୁବନେଶ୍ୱର ଓ ଜଗସିଂହପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୁକ୍ତ ହୋଇଛି । ଭୁବନେଶ୍ୱରରେ ଏହି ୩ ଆକ୍ରାନ୍ତ ସୁସ୍ଥ ପରେ ମୁକ୍ତ ହୋଇଛି ଭୁବନେଶ୍ୱର । ସେହିଭଳି ଜଗସିଂହପୁର ଜିଲ୍ଲାରେ ୫ ଆକ୍୍ରାନ୍ତ ସୁସ୍ଥ ପରେ କୋରୋନା ଆକ୍ରାନ୍ତ ମୁକ୍ତ ହୋଇଛି । ସୁଚନାମୁତାବକ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇଥିବା ବେଳେେ ଏବେବି ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ୫୯୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୪ ଜଣଙ୍କର ମୃତ୍ୟୁ ହୋଇଛି ।