ମଦ ପାଇଁ ଆକାଉଣ୍ଟରୁ ଗୋଲ ହୋଇଗଲା ୮୦ ହଜାର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମଦ ପିଇବା ମହଙ୍ଗା ପଡିଲା । ଅନଲାଇନରେ ମଦ ଅର୍ଡର କଲାବେଳ ୮୦ ହଜାର ଟଙ୍କା ଆକାଉଣ୍ଟରୁ ଚାଲିଗଲା । କିନ୍ତୁ ଆଶା ଆଶାରେ ରହିଗଲା । ଅନଲାଇନରେ ମଦ ବିକ୍ରି ପାଇଁ ସରକାର ଏବଂ ମଦ ବ୍ୟବସାୟୀ ସଂଘ ରାଜି ହେବା ପରେ ଏବେ ମାଳମାଳ ଠକେଇ ଅଭିଯୋଗ ବି ଆସିବାରେ ଲାଗିଛି । ଅନଲାଇନରେ ମଦ କିଣିବାକୁ ପ୍ରୟାସ କରି ହଟହଟା ହୋଇଛନ୍ତି ଅନେକ ଯୁବକ । ପୁଣି ମଦ କିଣାରେ ଅନଲାଇନ୍‌ରେ ଠକେଇ ଅଭିଯୋଗ ଆସିଛି । ଏ ନେଇ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ପଟିଆର ଜଣେ ଯୁବକ । ତାଙ୍କ ନାଁ ସୌମ୍ୟ ରଞ୍ଜନ ମିଶ୍ର । ମଦ କିଣିବାକୁ ଯାଇ ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ଏହା ପୂର୍ବରୁ ମଧ୍ୟ ଅନ୍‌ଲାଇନ୍‌ରେ ମଦ କିଣି ପ୍ରାୟ ୩୬ ହଜାର ଟଙ୍କାର ଠକାମିର ଶିକାର ହୋଇଥିଲେ ଭୁବନେଶ୍ୱରର ଜଣେ ବ୍ୟକ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକ ଏହି ଅଭିଯୋଗ ଆଣିଥିଲେ।