ୟୁକ୍ରେନ୍ର ରିଲିଫ୍ ବଣ୍ଟନ କେନ୍ଦ୍ର ଉପରେ ୠଷ କରିଛି ବୋମାମାଡ଼ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ୨୭ ଜଣ ଲୋକ ନିଖୋଜ ଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଉଦ୍ଧାରକାରୀ ଦଳର ସଦସ୍ୟ ଅଛନ୍ତି।
ୟୁକ୍ରେନ୍ର ଜାପୋରିଝିଆ ଅଞ୍ଚଳର ଏକ ଗାଁରେ ଥିବା ଏକ ସ୍କୁଲକୁ ୟୁକ୍ରେନ୍ର ରିଲିଫ୍ ବଣ୍ଟନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା । ଲୋକମାନେ ସେଠାରେ ଆଶ୍ରୟ ନେଉଥିଲେ। ରୁଷଳ ଏହି ସ୍କୁଲ ଉପରକୁ ବୋମାମାଡ଼ କରିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଗକୁ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି ।
ୟୁକ୍ରେନ ରାଷ୍ଟ୍ରପତି ଏହି ଆକ୍ରମଣକୁ ଅତି ଭୟଙ୍କର ବୋଲି କହିଛନ୍ତି ।
ଅନ୍ୟ ଏକ ଘଟଣାକ୍ରମରେ ସୋମବାର ରିପୋର୍ଟ ପ୍ରକାଶ ପାଇଛି ଯେ ରୁଷ ଏବଂ ୟୁକ୍ରେନ୍ର ମୋବାଇଲ୍ ଆପ୍ ହ୍ୟାକ୍ କରାଯାଇଛି। ୟୁକ୍ରେନ୍ ଏହାର ଜରୁରୀକାଳୀନ ସତର୍କତା ଆପ୍ ହ୍ୟାକ୍ କରିଥିବା ଅଭିଯୋଗ କରିଛି। ଏଥିରେ କୁହାଯାଇଛି ଯେ ଏହି ହ୍ୟାକିଂ ଯୋଗୁଁ ୟୁକ୍ରେନବାସୀମାନେ ସେମାନଙ୍କ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସରେ ପରମାଣୁ ଏବଂ ରାସାୟନିକ ଆକ୍ରମଣ ସତର୍କତା ପାଉଛନ୍ତି। ଏହା ଲୋକଙ୍କୁ ଭୟଭୀତ କରିଛି ଏବଂ ସେମାନେ ଆହୁରି ଆକ୍ରମଣ ଏଡାଇବା ପାଇଁ ଘରୁ ବାହାରିବାରୁ ନିବୃତ୍ତ ରହୁଛନ୍ତି।