ବାରହା ଆକ୍ରମଣରେ ଚାଲିଗଲା ଜୀବନ

(ଢେଙ୍କାନାଳ) : ବାରହା ଆକ୍ରମଣରେ ଚାଲିଗଲା ଜୀବନ । ଧାନ କାଟିବାକୁ ବିଲକୁ ଯାଇଥିଲେ । କିନ୍ତୁ ସେ ଜାନୀନଥିଲେ ସେ ଫେରିବା ବେଳେ ତାଙ୍କୁ ମୃତ୍ୟୁ ଜଗି ବସିଛି । ବିଲରୁ ଫେରିବା ସମୟରେ ଜଙ୍ଗଲୀ ବାରହା ଆକ୍ରାମଣରେ ଜୀବନ ହାରିଲେ । ଏବଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜୋରନ୍ଦା ଅଞ୍ଚଳର ।
ସୂଚନାରୁ ପ୍ରକାଶ ଯେ ଜୋରନ୍ଦା ଗାଁର କଂଗ୍ରେସ ଗଡ଼ନାୟକ ବିଲକୁ ଧାନ କାଟିବାକୁ ଯାଇଥିଲେ । ଧାନକାଟି ଘରକୁ ଫେରିବା ସମୟରେ ଜଙ୍ଗଲୀ ବାର୍ହା ହାବୁଡ଼ାରେ ପଡିଯାଇଥିଲେ। ଘଟଣାସ୍ଥଳରେ ବାର୍ହା ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ପରେ କଂଗ୍ରେସଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଡାକ୍ତର କଂଗ୍ରେସଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।