(ଅଜିତ ସାହୁ / ଜଳେଶ୍ୱର): ବସ୍ତା ଅବକାରୀ ବିଭାଗକୁ ବଡ଼ ସଫଳତା। ବସ୍ତା ଓ ବାଲିଆପାଳ ଥାନା ଅଞ୍ଚଳରେ ଚଢ଼ାଉ କର ୧୩୮ ଲିଟର ବିଦେଶୀ ଓ ୧୭୦ ଲିଟରରୁ ଉର୍ଦ୍ଧ୍ବ ଦେଶୀ ମଦ ସହିତ ଦୁଇଜଣ ବେଆଇନ ମଦ ଵ୍ୟଵସାୟୀଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି।
ଗିରଫ ବ୍ୟକ୍ତି ମାନେ ହେଲେ କମଳ ଲୋଚନ ଦାସ ଓ ସନ୍ତୋଷ କୁମାର ପିଲା ଓ ଫେରାର ହୋଇଥିବା ଆସାମୀ ଜଣକ ହେଲା ସିମୁଳିଆ ଅଞ୍ଚଳର ସପନ କୁମାର ମଣ୍ଡଳ ବୋଲି ଜଣାପଡିଛି ।