(ଭୁବନେଶ୍ୱର / ରିପୋଟରର୍ସ ଟୁଡ଼େ ) : ମଙ୍ଗଳବାର ଜିଲା ପ୍ରଶାସନ ସମସ୍ତ ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ‘ଫନୀ’ ପାଇଁ ସତର୍କ ରହିବା ସହ ଶୁଖିଲା ଖାଦ୍ୟ, ଆଶ୍ରୟସ୍ଥଳୀ, ପଲିଥିନ୍ ଏବଂ ଡଙ୍ଗାକୁ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ବାତ୍ୟା ‘ଫନୀ’ ଓଡ଼ିଶାରେ ପ୍ରବେଶ କରିବା ଆଶଙ୍କାକୁ ନେଇ ମାଲକାନଗିରି ଜିଲାର କୃଷକମାନେ ଭୟଭୀତ ହୋଇ ପଡିଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୩ ତାରିଖରେ ଏହା ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରବେଶ କଲେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ଏହାଦ୍ୱାରା ଜିଲାର ରବିଚାଷୀ ଭୟଭୀତ ହୋଇଛନ୍ତି। ଜିଲାର କୋରୁକୋଣ୍ଡା, ମାଲକାନଗିରି, କାଲିମେଳା, ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ହଜାର ହଜାର ହେକ୍ଟର ଖେତରେ ଧାନ ପାଚିଥିବା ବେଳେ ଅନେକ ଚାଷୀ ଧାନ କଟା ଆରମ୍ଭ କରି ଦେଇଛନ୍ତି ।