ଦୋକାନ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର

(ଦେବଗଡ) : ଦୋକାନ ସମ୍ମୁଖରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ । ଘର ଲୋକ ଆଣିଲେ ହତ୍ୟା ଅଭୀଯୋଗ । ଏଭଳି ଏକ ଅଭାନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଂପରଡା ଗ୍ରାମରେ । ମୃତ ଯୁବକ ଜଣକ ନିକଟସ୍ଥ ମଧ୍ୟପୁର ଗ୍ରାମର ୨୪ ବର୍ଷ ବୟସ୍କ ଅଂଶୁମାନ ଧଳ ବୋଲି ଜଣା ପଡିଛି ।
ସୂଚନା ଅନୁଯାୟୀ କିଛି ମାସ ତଳେ ବଂପରଡା ଗ୍ରାମର ଜଣେ ଅନ୍ୟ ଜାତିର ଝିଅକୁ ନେଇ ଚେନ୍ନାଇ ଚାଲିଯାଇଥିଲେ ଅଂଶୁମାନ । ପରେ ସଂପୃକ୍ତ ଝିଅ ସହ ରାଉରକେଲା ଅଞ୍ଚଳରେ ରହିଥିଲେ । ସୋମବାର ସେ ଯୁବତୀଙ୍କ ଘରକୁ ଯାଇଥିବା ବେଳେ ମଙ୍ଗଳବାର ତାଙ୍କର ମୃତଦେହ ଦୋକାନ ସମ୍ମୁଖରୁ ମିଳିଥିଲା । ଯ।।ହ ତାଙ୍କ ଘର ଲୋକ ହତ୍ୟା ଅଭୀଯୋଗ କରିବା ସହ ଥାନାରେ ଏତଲା ଦେଇଛନ୍ତି । ତେବେ ଏନେଇ ଘଟଣାସ୍ଥଳରେ ବାରକୋଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।