(ରାଇରଙ୍ଗପୁର /ସତ୍ୟ ନାରାୟଣ ପାଲ) : ରନ୍ଧନ ଗ୍ୟାସ ଦରବୃଦ୍ଧି ନେଇ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି ଅଭିଶେକ ପଟ୍ଟନାୟକ ଏବଂ ମହିଳା ଜିଲ୍ଲା ସଭାନେତ୍ରୀ ତନୁଜା ମହାନ୍ତଙ୍କ ନେତୃତ୍ବରେ ରାଇରଙ୍ଗପୁର ମୁନିସିପାଲଟି ଏବଂ ବ୍ଳକର ଯୁବ ବିଜେଡି,ଛାତ୍ର ବିଜେଡି ଏବଂ ମହିଳା ସାମ୍ମୁଖ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଗ୍ୟାସ ଦରବୃଦ୍ଧି ଯୋଗୁଁ ଉଜ୍ଜ୍ବଳା ଯୋଜନା ଫେଲ ମାରିଛି ।ମଧ୍ୟବିତ୍ତ ଓ ଗରୀବ ସମସ୍ତେ ପ୍ରଭାଵିତ । ୨୦୧୪ରେ ଗ୍ୟାସ ଦର ୪୧୪ ଟଙ୍କା ଥିବାବେଳେ କରୋନା ମହାମାରୀ ଭଳି ଜାତୀୟ ବିପତ୍ତି ସମୟରେ ଗ୍ୟାସ ଦର ୯୨୬ ଟଙ୍କା ହୋଇଛି ।ଗରୀବ ଲୋକେ ଏତେ ଟଙ୍କା ଦେଇ ଗ୍ୟାସ ସିଲିଣ୍ଡର ନେବାକୁ ଅସମର୍ଥ ।କୁଟା,କାଠ ଚୁଲି ଉପରେ ନିର୍ଭର କଲେଣି ।ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ଦର କମ ଥିବାବେଳେ ଭାରତ ଭଳି ଗରୀବ ଦେଶରେ ଶତକଡା ୧୨୩ ଭାଗ ଦରବୃଦ୍ଧି କରି ଜନସାଧାରଣଙ୍କୁ ଆର୍ଥିକ ଶୋଷଣ କରୁଛନ୍ତି ।ସରକାର ଦରବୃଦ୍ଧିକୁ ତୁରନ୍ତ ଗ୍ୟାସ ଦର କମାନ୍ତୁ ନଚେତ ଆଗାମୀ ଦିନରେ ବିଜେଡି ତରଫରୁ ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନକୁ ତିବ୍ର କରାଯିବା ସହ ସମସ୍ତ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ସଂସ୍ଥାକୁ ଅଚଳ କରି ଦିଆଯିବ ବୋଲି ବିଜେଡି ତରଫରୁ ଏହି ପ୍ରତିବାଦ ଓ ବିକ୍ଷୋଭ ସଭାରେ ବକ୍ତା ଗଣ କହିଥିଲେ ।ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସଂଯୋଜିକା ପ୍ରିତିନନ୍ଦା କାନୁନଗୋ, ସମ୍ମାନୀତ ଅତିଥି ରାଇରଙ୍ଗପୁର ମ୍ୟୁନସିପାଲଟି ପର୍ଯ୍ୟବେକ୍ଷକ ଗିରିଧାରୀ ପୃଷ୍ଟି,,ନଗର ବିଜେଡି ସଭାପତି ପ୍ରଭାତ ପଟନାୟକ,ପାର୍ଥ ସାରଥୀ କବି,ପଙ୍କଜ ଦାସ,ରତିକାନ୍ତ ପରୀକ୍ଷା,ଗୌରୀ ଦତ୍ତ ,ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ଅଭିଷେକ ପଟନାୟକ(ସିତୁ), ବ୍ଲକ ଯୁବ ବିଜେଡି ସଭାପତି ପଙ୍କଜ ସିଂ, ସାଜିଦ ହୁସେନ,ଜିଲ୍ଲା ସାଧାରଣ ସଂପାଦିକା ନମିତା ହୋତା ,ଧୀରା ବେଶ୍ରା,ବ୍କକ ସଭାନେତ୍ରୀ ରଂଜିତା ଲେଙ୍କା,ଶାଶ୍ବତ ବଳ, ଜିଲ୍ଲା ଯୁବ ସଂପାଦକ ଆହ୍ବାନ ପଟନାୟକ , ମାନସ ମହାନ୍ତ,ଜିଲ୍ଲା ଯୁବ ସଂପାଦକ ଅଭିଷେକ ମହାନ୍ତି(ଗୁଗି), ସୌମିକ ଦାସ କାନୁନଗୋ(ଟିଟନ), ସୌମ୍ୟ ରଂଜନ ଦାସ ରାଇରଙ୍ଗପୁର ନଗର ଛାତ୍ର ସଭାପତି,ଜିଲ୍ଲା ଛାତ୍ର ଉପସଭାପତି ଲକ୍ଷ୍ମଣ ସୋରେନ,ଗୁନୁ ମହାନ୍ତ,ଏନ କେ ମଣ୍ଡଳ ଛାତ୍ର ସଂପାଦକ, ଜିଲ୍ଲା ସଂପାଦକ ପରେଶ ମଣ୍ଡଳ ,,ଛାତ୍ର ସଂପାଦକ ସତ୍ୟଜିତ ମଣ୍ଡଳ,ବ୍ଳକ ଛାତ୍ର ସଭାପତି ଅଭିମନ୍ୟୁ ବେହେରା,ଚିନ୍ମୟ ଦାସ,ଜୀତ ଦାସ,ସଂଜୀବ ପଟନାୟକ,କ୍ରୀଷ୍ନା ପରିଡା,ଛୋଟରାୟ ମୁର୍ମୁ,ଦୀପୁ ବଞ୍ଛର,ସିତୁ ମାଟିଆ,ସୁଧାଂଶୁ ଶେଖର,ଅଭିଷେକ ସ୍ବାମୀ ଅମିର ଖାନ,ପୁର୍ଣ ପଲାଇ,ରାଜୁ ସିଂ,ଟୁଲୁ ପଟନାୟକ,ଇଲୁ ଦାସ,ବାବୁଲୁ ମହାନ୍ତୀ,ହେମନ୍ତ ମହାନ୍ତ,ଭାଗିରଥୀ ବେହେରାଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ସବୁ ଵର୍ଗର କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ସ୍ଥାନୀୟ ପୂର୍ଣଚନ୍ଦ୍ର ଭଵନ ପରିସରରୁ ବିଶାଳ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ବିରୋଧରେ ବିଷୋଦଗାର କରିଥିଲେ ।ପରେ ଉପଜିଲ୍ଲାପାଳ କାର୍ୟ୍ୟାଳୟରେ ଅତରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦରବୃଦ୍ଧି ହ୍ରାସ ନେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।