(ହର ପ୍ରସାଦ ବିଷୋଇ / ଗଞ୍ଜାମ) : ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପକ୍ରିୟା ସକାଶେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ତତ୍ୱାବଧାନ ରେ ଜିଲ୍ଲପାଳଙ୍କ କାର୍ୟ୍ୟାଳୟ ସ୍ଥିତ ଓଶ୍ଵାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି,ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଆସନ୍ତା ଡିସେମ୍ବର ମାସ ୨୯ ତାରିଖ ଠାରୁ ଆରମ୍ବ କରାଯିବ ବୋଲି ଜିଲ୍ଲପାଳ ମତ ରଖିଥିଲେ, ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଯେପରି କୌଣସି ଅସୁବିଧା ହେବନାହିଁ ଏବଂ ବିଗତ ସପ୍ତାହ ରେ ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ଜନିତ ଚାଷର କ୍ଷତିକ୍ଷତି କୁ ପ୍ରାଧାନ୍ୟ ଦେଇ ଧାନ କ୍ରୟ କରିବା ପାଇଁ ଲୋକପ୍ରତିନିଧି ମାନେ ଜିଲ୍ଲପାଳ ଙ୍କୁ ଅନୁରୋଧ କରିଥିଲେ, ବିଗତ ଆର୍ଥିକ ବର୍ଷ ୨୦୨୦-୨୧ରେ ଖରିଫ ଧାନ ୪୭, ୪୩, ୨୮୩, ୫୮ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା, ସେଥିରୁ ୩୧,୭୮, ୦୦୦କୁଇଣ୍ଟାଲ ଚାଉଳ ହୋଇପାରିଥିଲା, ଯାହାକି ଶତକଡା ୯୫ ପ୍ରତିଶତ, ଚଳିତ ଖରିଫ ଧାନ ସଂଗ୍ରହ ସକାଶେ ୩୬୦୪୪୭.୭୬୧୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇ ୨୪୧୫୦୦ ମେଟ୍ରିକ ଟନ ଚାଉଳ ଆମଦାନୀ ହେବାର ଲକ୍ଷ୍ୟ ରଖାଯାଇଛି,୨୦୨୦-୨୧ ଆର୍ଥିକ ବର୍ଷରେ ସାଧାରଣ ଧାନ ନିମନ୍ତେ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ଏବଂ ଗ୍ରେଡ଼ ଏ ଧାନ ନିମନ୍ତେ ୧୮୮୮ ଟଙ୍କା କୁଇଣ୍ଟାଲ ପ୍ରତି ଦର ଧାର୍ୟ୍ୟ ଥିଲା, ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ବର୍ଷରେ ସାଧାରଣ ଧାନ ସକାଶେ କୁଇଣ୍ଟାଲ ପିଛା ୧୯୪୯ ଟଙ୍କା ଏବଂ ଗ୍ରେଡ଼ ଏ ଧାନ ସକାଶେ ୧୯୬୦ଟଙ୍କା ଧାର୍ୟ୍ୟ କରାଯାଇଛି, ଚଳିତ ବର୍ଷ ୪୪୦ ପ୍ୟାକ୍ସ ମାଧ୍ୟମ ରେ ୧୨୪୦୮୧ଜଣ କୃଷକ ଙ୍କ ନାମ ପଞ୍ଜିକରଣ କରାଯାଇଛି, ସମ୍ପ୍ରତି ୩୮୬ ପ୍ୟାକ୍ସ ପୂର୍ବରୁ ଥିବା ୫୩ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ନୂତନ ଭାବେ ୫୨ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏଭଳି ସମୁଦାୟ ୧୦୫ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୋଟି ଧାନ ସଂଗ୍ରହ ନିମନ୍ତେ ସାମିଲ ଅଛନ୍ତି,ଚଳିତ ଥର ଧାନ କିଣାରେ ସ୍ୱଛତା ନେଇ ପ୍ରଥମ ଥର ପାଇଁ ଧାନ ସଂଗ୍ରହ ସମୟରେ ଆଇ.ଭି.ଆର ଏସ ବ୍ୟବସ୍ଥା ରହିବ, ପଂଜିକୃତ କରିଥିବା ଚାଷୀ ୧୯୬୭ ଟୋଲଫ୍ରି ନଂ ରେ ଯୋଗାଯୋଗ କରି ସେମାନଙ୍କ ଟୋକନ,କେଉଁ ତାରିଖ ରେ ଧାନ ବିକ୍ରୟ କରିବେ ତଥ୍ୟ ଜାଣିପାରିବେ ଜ୍ଝବୈଠକ ରେ ଜିଲ୍ଲାପରିଷଦ ସଦସ୍ୟ ସୋନମ ପଲାଇ, ଚିକିଟି ବିଧାୟିକା ଉଷା ଦେବି, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସ୍କା ବିଧାୟିକା ମଞ୍ଜୁଲତା ସ୍ୱାଇଁ,ଛତ୍ରପୁର ବିଧାୟକ ସୁବାସ ବେହେରା, କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ୟ୍ୟମଣି ବୈଦ୍ୟ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଉପସ୍ଥିତ ଥିବା ବେଳେ ବ୍ରହ୍ମପୁର ଉପ ଜିଲ୍ଲାପାଳ ୱ କୀର୍ତ୍ତି ୱାସନ, ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ,ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ ଜ୍ଝ