ଛତିଶଗଡ: ମାଓ ଆକ୍ରମଣରେ ୪ ଯବାନ ସହିଦ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ନିର୍ବାଚନ ମାହୋଲ ମଧ୍ୟରେ ଛତିଗଡରେ ମାତିଲେ ମାଓବାଦୀ । ଛଚ୍ଛିଶଗଡର କାଙ୍କେରଠାରେ ମାଓବାଦୀଙ୍କ ଗୁଳିରେ ୪ ଯବାନ ସହିଦ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ମୁତାବକ, ମୌଲା ଗ୍ରାମ ନିକଟ ଜଙ୍ଗଲରେ ବିଏସଏଫ ଯବାନଙ୍କ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀମାନେ ଗୁଳି ଚଳାଇଥିଲେ । ଏଥିରେ ୪ ଜଣ ଯବାନ ସହିତ ହେବା ସହ ୨ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଖବର ପାଇବା ପରେ ଆହୁରି ଯବାନ ସେଠାରେ ପହଞ୍ôଚ ଥିଲେ ଓ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।