ଜରୁରୀ ସୂଚନା: ଶ୍ରୀମନ୍ଦିରରେ ଆଜି ରାତିରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସାଧାରଣ ଦର୍ଶନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ଆସନ୍ତା ସୋମବାର (୨୯ ଜୁନ୍‌) ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ, ଏହାର ପୂର୍ବ ପ୍ରସ୍ତୁତି ଏବଂ ଶ୍ରୀମନ୍ଦିରର ବିଶେଷ ନୀତିକାନ୍ତି ପାଇଁ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି।

Srimandir panel to prepare SOP for entry and exit from four gates

ଆଜି (୨୭.୦୬.୨୦୨୬, ଶନିବାର) ରାତ୍ରି ୧୦:୩୦ ମିନିଟ୍‌ରୁ, ଆସନ୍ତାକାଲି (୨୮.୦୬.୨୦୨୬, ରବିବାର) ଅପରାହ୍ନ ୧:୦୦ ଟା ପର୍ଯ୍ୟନ୍ତ ।  ଏହି ସମୟ ମଧ୍ୟରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେଣୁ ପୁରୀ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତମାନେ ଏହି ସମୟସୂଚୀକୁ ସେହି ଅନୁସାରେ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯୋଜନା କରିବାକୁ ଅନୁରୋଧ କରାଯାଇଛି।