(ଜୟନ୍ତ କୁମାର ସେଠୀ / ଗୋପ) : ଆଜି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ହେବ ଶିଳାନ୍ୟାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ସାମିଲ ହେବେ। ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ୟ୍ୟ ନେଇ ନିଜେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ଦ୍ରୁଷ୍ଟି ଦେଇ ଥିବା ହେତୁ ବାଲୁକା ଚିତ୍ରକଳାରେ ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।ପୁରୀ ବେଳାଭୂମିରେ ନିର୍ମିତ ବାଲୁକା ଚିତ୍ରକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ ମଣ୍ଡଳ , ନୀଳଚକ୍ର ସ୍ଥାନ ଦିଆଯାଇଛି।