ଗନ୍ଧମାର୍ଦ୍ଦନ ପର୍ବତମାଳାରେ ପକ୍ଷୀଙ୍କ ଯତ୍ନ ଓ ସୁରକ୍ଷା କରାଯାଉ

ବଲାଙ୍ଗିରି : ବଣଜଙ୍ଗଲର ପ୍ରାକୃତିକ ଶୋଭାରାଜିରେ ଭରପୁର ଗନ୍ଧମାର୍ଦ୍ଦନର ପର୍ବତମାଳା । ଏଣୁ ଏଠାରେ ଥିବା ପାକ୍ଷୀଙ୍କ ସୁରକ୍ଷା କରାଯାଉ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ଏବଂ ଗନ୍ଧମାର୍ଦ୍ଦନର ସୁରକ୍ଷା ଓ ବିଭିନ୍ନ ଐତିହାସିକ, ପୌରାଣିକ ଓ କୀର୍ତ୍ତି ରାଜି, ଐତିହ୍ୟ ଉପରେ ଗବେଷଣା କରୁଥିବା ଟିମ ଦାବି କରିଛି । ଗନ୍ଧମାର୍ଦ୍ଦନ ପର୍ବତମାଳାରେ ଅନେକ ପ୍ରକାରର ପାକ୍ଷୀ ଅଛନ୍ତି ଏମାନଙ୍କ ମଧ୍ୟରୁ ରାବଣ ଭଳି ବିରାଟକାୟ ପକ୍ଷୀ ଲୋପ ପାଇଗଲେଣି । ଏପରିକି ପୂର୍ବ ଅପେକ୍ଷା ପକ୍ଷୀଙ୍କ ସଂଖ୍ୟା କମ ରହିଛି । ଏଭଳି ସ୍ଥିତିରେ ପକ୍ଷୀଙ୍କ ସୁରକ୍ଷା ଜରୁରୀ ହୋଇ ପଡିଛି ବୋଲି ଏମାନେ ଦାବି କରନ୍ତି । ଗନ୍ଧମାର୍ଦ୍ଦନରେ ଅନେକ ପ୍ରକାରର ଗୁମ୍ଫା ରହିଛି, ଅନେକ ବଡ଼ବଡ଼ ବୃକ୍ଷ ଲତା ରହିଛି, ପକ୍ଷୀଙ୍କ ଖାଦ୍ୟ ମଧ୍ୟ ଭରପୁର ରହିଛି ହେଲେ ସେମାନଙ୍କ ଉଚିତ ରକ୍ଷଣା ବେକ୍ଷଣ ଆବଶ୍ୟକତା ରହିଛି ।ଏଥିପ୍ରତି ଗୁରୁତ୍ୱ ଦେଲେ ଗନ୍ଧମାର୍ଦ୍ଦନ ପର୍ବତମାଳାରେ ପକ୍ଷୀଙ୍କ ସଂଖ୍ୟା ବଢ଼ିପାରେ ବୋଲି ଟିମ ସଦସ୍ୟ ଅନୁମାନ କରୁଛନ୍ତି ଓ ସୁରକ୍ଷା ସହ ଉଚିତ ଯତ୍ନବାନ ହେବାପାଇଁ ସରକାରୀ ସ୍ତରରେ ଗୁରୁତ୍ୱ ଦେବାକୁ ଦାବି କରୁଛନ୍ତି ।

ଗନ୍ଧମାର୍ଦ୍ଦନ ପର୍ବତମାଳାରେ ବହୁ ପ୍ରକାର ଜୀବଜନ୍ତୁ ବସବାସ କରୁଥିବା ବେଲେ ବିଭିନ୍ନ ପ୍ରକାରର ପକ୍ଷୀ ଦେଖାଯାଆନ୍ତି । ଗନ୍ଧମାର୍ଦ୍ଦନ ପର୍ବତମାଳାର ସ୍ଥାନୀୟ ଅଧିବାସୀ ଓ ବନବାସୀ ମାନେ ବଣଜଙ୍ଗଲକୁ ଯେଉଁ ଭଳି ସ୍ଥାନୀୟ ଭାଷାରେ ନାମକରଣ କରିଛନ୍ତି । ଠିକ ସେହିଭଳି ଜୀବଜନ୍ତୁଙ୍କୁ ମଧ୍ୟ ସ୍ଥାନୀୟ ଭାଷାରେ ନାମକରଣ କରି ଚିହ୍ନଟ କରନ୍ତି । ଗନ୍ଧମାର୍ଦ୍ଦନ ପର୍ବତମାଳାର କେତେକ ପାହାଡ ପର୍ବତକୁ ମଧ୍ୟ ପକ୍ଷୀଙ୍କ ନାମ ଅନୁସାରେ ନାମକରଣ ମଧ୍ୟ କରାଯାଇଛି । ସ୍ଥାନୀୟ ଭାଷାରେ ରାବଣ ପକ୍ଷୀଭଳି କେତେକ ପକ୍ଷୀ ଲୋପ ପାଇଗଲେଣି ଓ ଅନେକ ପ୍ରକାରର ଜିବିତ ରହିଛନ୍ତି । ସ୍ଥାନୀୟ ଅଧିବାସୀ ଓ ବନବାସୀଙ୍କ କହିବା ଅନୁସାରେ ସାଧାରଣ ବଣଜଙ୍ଗଲରେ ରହୁଥିବା ପକ୍ଷୀ ତିତେଲ , ପଣକା, କାଠହଣା, ବାଦୁଡି, ମଏନା , କାଉ , କୋଇଲି , ଜଙ୍ଗଲ ଚଟିଆ , ଫୁଲଚୁହି, ମୟୂର , କୁମ୍ଭାଟୀ, ରୂପ, ପ୍ରଭୃତି ପକ୍ଷୀ ଗନ୍ଧମାର୍ଦ୍ଦନରେ ଦେଖା ଯାଉଥିବା ବେଳେ ବିଚତ୍ର ପ୍ରକାରର ପକ୍ଷୀ ଦେଖା ଯାଆନ୍ତି ।