କାଲିମେଳା :- ପୋଲିସକୁ ଚଖମା ଦେଇ, ଦିନ ଦ୍ବି-ପ୍ରହରରେ କରୁଥିଲେ ଗଞ୍ଜେଇ ଚାଲାଣ । କିନ୍ତୁ ଗଞ୍ଜେଇ ଚାଲାଣ ବେଳେ, ଯୁବକଙ୍କୁ ମାଡି ବସିଲା ଏମ.ଭି-79 ପୋଲିସ । ଧରା ପଡିଥିବା ଅଭିଯୁକ୍ତ ଜଣଙ୍କ ହେଲେ, ତେଲେଙ୍ଗାନା ରାଜ୍ୟର କେ.ଜନସନ ଖମ୍ମମ । ସୂଚନା ଅନୁଯାୟୀ, ଗତ କାଲି କେ.ଜନସନ, ଏକ ମଟର ସାଇକଲରେ ଆଠ କିଲୋ ଗଞ୍ଜେଇ ଧରି ଥାନା ସମ୍ମୁଖରେ ପାର ହୋଇ ଯିବାକୁ ଚେଷ୍ଠା କରିଥିଲା । ହେଲେ ପୋଲିସ ପିଛା କରି କରି, ମଟର ସାଇକଲ ସହ ଯୁବକକୁ ଗିରଫ କରିବାରେ ସଫଳ ହୋଇଥିଲା । ଯାହାପରେ ପୋଲିସ ଗିରଫ କରି ଇଉଡ଼ି କେଶ ନମ୍ବର 57/26 ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି ।
