ଖଣିରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

(ଖୋର୍ଦ୍ଧା) : ଖଣିରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ । ତେବେ ହତ୍ୟା ନା ଅତ୍ମହତ୍ୟା ତାହା ଏ ଯାଏଁ ଜଣାପଡିନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତଗର୍ତ ଆଇସିଏଲ ତେଲ ଡିପୋ ରାସ୍ତା ନିକଟରେ ଥିବା ଏକ ପଥର ଖଣି ପୋଖରୀରେ ।
ଘଟଣାରୁ ପ୍ରକାଶ ଯେ ଆଇଓସିଏଲ୍ ତେଲ ଡିପୋ ନିକଟ ରାସ୍ତାରେ ଏକ ପଥର ଖଣି ରହିଛି । ଖଣିରେ ବର୍ଷାପାଣି ଜମିରହିଥାଏ । ତେବେ ଆଜି ସକାଳେ ସେହି ଖଣିରେ ଏକ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏ ନେଇ ଥାନାକୁ ଯୋଗାଯୋଗ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଜଟଣି ପୁଲିସ ଏବଂ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହକୁ ଜବତ କରିଥିବା ବେଳେ ମୃତ ଯୁବକଙ୍କର ପରିଚୟ ମିଳିପାରିନାହିଁ । ଅନ୍ୟପଟେ ସ୍ଥାନିୟ ଲୋକେ ଏହାକୁ ହତ୍ୟା ସନ୍ଦେହ କରୁଥିବା ବେଳେ ମୃତଦେହକୁ ମେଡିକାଲ ପଠାଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୁଲିସ ସୁତ୍ରରୁ ଜଣାପଡିଛି ।