କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ଦ୍ୱିତୀୟ ପ୍ରସ୍ତୁତି ବୈଠକ

(ଜୟନ୍ତ କୁମାର ସେଠୀ / ଗୋପ) : କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ନେଇ ଦ୍ୱିତୀୟ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଓ ନିମାପଡା ଗ୍ଦୟକ୍ଟ୍ରକ୍ଟ ଦେବାଶିଷ ମିଶ୍ର ସମେତ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ଯୋଗଦେଇଥିଲେ। କିପରି ଏହି ଉତ୍ସବ କୋଭିଡ୍ କଟକଣା ମଧ୍ୟରେ ଡିସେମ୍ବର ୧ ରୁ ୫ ତାରିଖ ତାରିଖ ମଧ୍ୟରେ ଶେଷ ହେବ ସେ ନେଇ ଆଲୋଚନା ହୋଇଥିଲା । କୋଣାର୍କ ଉତ୍ସବ ରେ କୋଭିଡ୍ କଟକଣା ମାନି ସମସ୍ତ ଅଧିକାରୀ ଙ୍କ ସହ ୬ ଶହ ପର୍ୟ୍ୟଟକ ଙ୍କୁ ନେଇ କରାଯିବ ଉତ୍ସବ। ଗତବର୍ଷ ପରି ମିନା ବଜାର, ଯାତ୍ରା ଦଳ କୁ ବନ୍ଦ କରା ଯାଇଛି ।କୋଭିଡ୍ କଟକଣା କୁ ଆଖି ଆଗରେ ରଖି ଟ୍ରାଫିକ ବ୍ୟବସ୍ଥା କୁ ମଧ୍ୟ କଡ଼ାକଡ଼ି କରାଯିବ ବୋଲି ନିଷ୍ପତ୍ତି ହେଇଥିବା ବେଳେ ମୁକ୍ତାକାଶ ରଙ୍ଗମଞ୍ଚ କୁ ଅଧିକରୁ ଅଧିକ ସାଜ ସଜା ଓ ପର୍ୟ୍ୟଟକମାନେ ମାକ୍ସ ସହିତ ସାନାଟାଇଜ୍ ଓ ସାମାଜିକ ଦୂରତା ଉପରେ ଦୁଷ୍ଟି ଦେବାକୁ ପ୍ରଶାସନ ପକ୍ଷରୁ ନିସ୍ପତି ନିଆଯାଇଛି। ଚଳିଚ ବର୍ଷ ଚନ୍ଦ୍ରଭାଗା ବେଳାଭୂମିରେ ୩୦ଟି ବାଳୁକା କଳାର ଷ୍ଟ୍ରଲ୍ କରାଯିବ। ଦେଶ ଓ ବିଦେଶ ପର୍ୟଟକ ମାନଙ୍କୁ ବାଧ୍ୟତା ମୁଳକ କୋଭିଡ୍ ନିୟମରେ ବାଲୁକା କଳା ଦେଖିବାର ସୁଯୋଗ ପାଇବେ ବୋଲି ପୁରୀ ଜିଲ୍ଲାପାଳ କୁହନ୍ତି ।