ଏଥର ବାଲିଯାତ୍ରାରେ ସାମିଲ ହେବେ ନାହିଁ ଦୋଳି ବ୍ୟବସାୟୀ

(ରିପୋର୍ଟସ ଟୁଡ଼େ): ଆଉ ୨ ଦିନ ରହିଲା କଟକର ଐତିହାସିକ ବାଲିଯାତ୍ରା। ଷ୍ଟଲ ଆବଣ୍ଟନ କୁ ନେଇ ନୂଆ ବ୍ୟବସ।।ୟୀ ଓ ପୁରୁଣା ବ୍ୟବସାୟ ମଧ୍ୟରେ ଦରଦାମ୍ ନେଇ ଏଥର ବାଲିଯାତ୍ରୀ ଅନିଶ୍ଚିତା ଭିତରେ ରହିଛି । ବହୁ ଆଲୋଚନା ପରେ ମଧ୍ୟ ବାଲିଯାତ୍ରାକୁ ନେଇ ବିବାଦ ଛାଡ଼ୁନାହିଁ। ଷ୍ଟଲ କାମ ସଂପୂର୍ଣ୍ଣ ହୋଇନଥିବା ବେଳେ ଏଥର ଦୋଳି ବ୍ୟବସାୟୀ ମାନେ ବାଲିଯାତ୍ରାରେ ସାମିଲ ହେବେ ନାହିଁ । ଏଥିଯୋଗୁଁ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ କୁହାଯାଉଥିବା ଦୋଳିଖେଳ ଏଥର ଆଉ ଦେଖିବାକୁ ମିଳିବ ନାହିଁ । ଦିନକୁ ୯ ହଜାର ଟଙ୍କା ଏବଂ ଅଲଗା ଏକ ସ୍ଥାନରେ ଦୋଳି ପକାଇବାକୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଦୋଳି ବ୍ୟବସାୟୀ ମାନେ ଗ୍ରହଣ କରିନାହାନ୍ତି। ଏହାର ପ୍ରତିବାଦରେ ସେମାନେ ଏଥର ବାଲିଯାତ୍ରାରେ ଦୋଳି ନପକାଇବାକୁ ସ୍ଥିର କରି ଫେରିଯାଇଛନ୍ତି। ଏହି ବିବାଦ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି କଟକ ବାସିନ୍ଦା।