ପୁରୀ /ସଞ୍ଜୟ ମହାପାତ୍ର : ଆଜି ପଣ୍ଡିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ରହିଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଥିବା ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିକଟରେ ପ୍ରଶାସନ, ସମାଜର କର୍ମକର୍ତ୍ତା, ସରସ୍ୱତୀ ଶିଶୁମନ୍ଦିର ଓ ବିଭିନ୍ନ ସଂଗଠନ ପକ୍ଷରୁ ମାଲ୍ଯାର୍ପଣ କରାଯାଇଛି। ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସତ୍ଯବାଦୀର ସୁଆଣ୍ଡୋରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ସୁଚନା ଲୋକସମ୍ପର୍କ ଅଧିକାରୀ ସଂନ୍ତୋଷ ଜେନା ପ୍ରମୁଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ସମାରୋହରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।