୨୮୦ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ

(ରିପୋଟରର୍ସ ଟୁଡ଼େ): ଫନି ଆସନ୍ତାକାଲି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଂଚଳରୁ ସ୍ଥାନାନ୍ତରିତ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ତେବେ ଗଜପତି ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ସନ୍ଧ୍ୟା ସୁଦ୍ଧା ୨୮୦ ଜଣ ଗର୍ଭବତୀଙ୍କୁ ନିକଟବର୍ତ୍ତୀ ମା’ ଗୃହ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ସମ୍ପୃକ୍ତ ଆଶ୍ରୟସ୍ଥଳୀରେ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି।ଏ ପର୍ୟ୍ୟନ୍ତ ପ୍ରାୟ ୮/୯ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଗଲାଣି। ରାୟଗଡ଼ା ବ୍ଲକ୍ରୁ ସବୁଠୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଗତକାଲି ଠାରୁ ବ୍ୟବସ୍ଥା ଆରମ୍ଭ ହୋଇଛି ଓ ଆଜି ବିଧିବଦ୍ଧ ସ୍ଥାନାନ୍ତର କରାଯିବ। ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଲ୍ୟବାନ ଓ ଏହାକୁ ବଞ୍ଚାଇବାକୁ ହେବ ବୋଲି କହିବା ପରେ ସ୍ଥାନାନ୍ତର ପ୍ରକ୍ରିୟାକୁ ଜୋରଦାର କରାଯାଇଛି