(ଶେଖ ଫାଇଜାନ କାଦରୀ)ଭଦ୍ରକ: ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ । ।ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନକୁ ସେବା ସପ୍ତାହ ଭାବେ ସାରା ଦେଶରେ ପାଳନ କରିବ ବିଜେପି । ସେବା ସପ୍ତାହ ପାଳନ ନେଇଁ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଭାଗବତ କଲ୍ୟାଣ ମଣ୍ଡପରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ୟ୍ୟକ୍ରମରେ ବିଧାୟକ ବିଷ୍ଣୁ ସେଠୀ,ବଦ୍ରି ନାରାୟଣ ଧଳ,ଅଭିମନ୍ୟୁ ସେଠୀ,ଡାକ୍ତର ପ୍ରଦିପ ନାୟକ,ଶରତ ପଢ଼ିଆରୀ,ମନସମିତା ଖୁଣ୍ଟିଆ ଓ କାଳିଆ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ ।