ସମୁଦ୍ରରେ ଦୁଇଖଣ୍ଡ ହୋଇ ଭାଙ୍ଗିଗଲା ମାଲବାହୀ ଜାହାଜ
ଉତ୍ତର ଜାପାନର ବନ୍ଦରରେ ଏକ ମାଲବାହୀ ଜାହାଜ ସମୁଦ୍ର କୂଳରେ ମାଡ ହୋଇ ଦୁଇଖଣ୍ଡ ହୋଇ ଭାଙ୍ଗିଯାଇଛି। ଜାହାଜ ଭାଙ୍ଗିବା କାରଣରୁ ଏହାର ତେଲ ୨୪ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ରରେ ବ୍ୟାପି ଯାଇଥିଲା ।
(ଦିଲ୍ଲୀ) : ଉତ୍ତର ଜାପାନର ବନ୍ଦରରେ ଏକ ମାଲବାହୀ ଜାହାଜ ସମୁଦ୍ର କୂଳରେ ମାଡ ହୋଇ ଦୁଇଖଣ୍ଡ ହୋଇ ଭାଙ୍ଗିଯାଇଛି। ଜାହାଜ ଭାଙ୍ଗିବା କାରଣରୁ ଏହାର ତେଲ ୨୪ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ରରେ ବ୍ୟାପି ଯାଇଥିଲା । କ୍ରିମସନ୍ ପୋଲାରିସ୍ ନାମକ ଏହି ଜାହାଜ ସମୁଦ୍ର ଉପକୂଳ ସହିତ ମାଡ ହେବାପରେ ଦୁଇ ଖଣ୍ଡ ହୋଇ ଭାଙ୍ଗି ଯାଇଥିଲା। ଏହି ଘଟଣା ବୁଧବାର ହାଚିନାହେ ବନ୍ଦରରେ ଘଟିଥିଲା।
ସୂଚନାନୁଯାୟୀ , ୩୯ ଜହାର ଟନ୍ ଓଜନର ଏହି ଜାହାଜ କାଠର ଚିପ୍ସ ନେଇ ଯାଉଥିଲା। ଜାହାଜ ଉପକୂଳରେ ଥିବା ସମୁଦ୍ର ପାଣିର ଗଭୀରତା କମ୍ ହେବା କାରଣରୁ ଏଥିରେ ଫଶି ଯାଇଥିଲା। ତେବେ ଅଳ୍ପ ସମୟ ଭିତରେ ବାହାରିଯାଇଥିଲା, କିନ୍ତୁ ଏହା ଭାଙ୍ଗି ଯାଇଥିଲା। ପରେ ଜାହାଜରେ ସେଠାରୁ ଦୁଇ ଖଣ୍ଡ ହୋଇ ଭାଙ୍ଗି ଯାଇଥିଲା। ଅଧିକାରୀମାନେ ତେଲ ଲିକ୍କୁ ରୋକିବାର ଚେଷ୍ଟା କରୁଛନ୍ତି। ଜାହାଜରେ ଥିବା ସମସ୍ତ କ୍ରୁ ମେମ୍ବର ଚୀନ୍ ଓ ଫିଲିପାଇନ୍ସର ଥିଲେ। ଜାହାଜ ଭାଙ୍ଗିବା ବେଳେ ତାହା ଉପକୂଳଠାରୁ ୪ କିଲୋମିଟର ଦୂରରେ ଥିଲା।