ସମର ଫୁଟୱେର

(ରିପୋଟରର୍ସ ଟୁଡ଼େ): ଖରା ଦିନେ ସିଜନ୍ରେ ଝିଅମାନେ ନିଜକୁ ଅପ୍ଡେଟ୍ ରଖିବାକୁ ପସନ୍ଦ କରିଥାନ୍ତି। ଏଥିଲାଗି ଷ୍ଟାଇଲିଶ୍ ଲୁକ୍ ଦେଇଥାନ୍ତି। ଝିଅମାନଙ୍କ ଆସେସରିଜ୍ ମଧ୍ୟରୁ ଫୁଟ୍ଓ୍ବେର ଅନ୍ୟତମ, ଯାହା ନିଜର ରଙ୍ଗରୂପ ଓ ଷ୍ଟାଇଲ୍ ଦ୍ୱାରା ଆପଣଙ୍କୁ ଷ୍ଟାଇଲିଶ୍ କରିଥାଏ। ଏଥିଲାଗି ଆଜି ଆପଣଙ୍କ ପାଇଁ କିଛି ଏମିତି ଫୁଟ୍ଓ୍ବେର ଆଣିଛୁ, ଯାହାର ସାହାଯ୍ୟ ନେଇ ଆପଣ ଖରାଦିନେ ବି କୁଲ୍ ଲୁକ୍ ଦେଇପାରିବେ।
୧.କଲରଫୁଲ୍ ଫୁଟ୍ଓ୍ବେର: ପ୍ଲେନ୍ ଟି ଶାର୍ଟ ଓ ଜିନ୍ସ ସହିତ କଲରଫୁଲ ହିଲ୍ସ ଓ ଫ୍ଲାଟ୍ ଫୁଟ୍ଓ୍ବେର ପିନ୍ଧାଯାଇପାରେ।
୨.ଫ୍ଲାଟ୍ ଫୁଟ୍ଓ୍ବେର: ଯେଉଁମାନେ ହିଲ୍ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ ତାଙ୍କ ପାଇଁ ପ୍ରିଣ୍ଟେଡ୍ ବାଲେଟ୍ ପୂରା ପରଫେକ୍ଟ। ଏହା ତାଙ୍କୁ ଆରାମ ଦେଇଥାଏ।
୩.କାଜୁଆଲ ଫୁଟ୍ଓ୍ବେର:ଖରା ସିଜନ୍ରେ ଏହି ଫନି ଡିଜାଇନ୍ ସୁଇଟେବଲ୍ ହୋଇଥାଏ। ପାର୍ଟି ଯିବାର ଥିଲେ କି କଲେଜ୍ ଏହା ଦୁଇଟି ଯାକ ଜାଗାରେ ପିନ୍ଧିବା ପାଇଁ ଉପଯୁକ୍ତ। ଏହି ସମୟରେ ବଜାରରେ କେତେ ରଙ୍ଗର ରିବନ ଷ୍ଟ୍ରେପ୍, ବିଡ୍ସ, ଲଟକନ ଓ ରେଶମ ସୂତା ଗୁଚ୍ଛରେ ସଜ୍ଜିତ ହୋଇଥିବା ସ୍ୟାଣ୍ଡେଲ୍ ମାର୍କେଟରେ ମିଳୁଛି, ତାକୁ ବି ପିନ୍ଧିପାରିବେ।