(ଗୋଲାପ ସାହୁ)କଳାହାଣ୍ଡି: ରାଜ୍ୟରେ ମହିଳା ଅସୁରକ୍ଷିତ । ବିବାହର ପ୍ରଲୋଭନ ଦେଖାଇ କରିଥିଲା ଗର୍ଭବତୀ । ଗର୍ଭବତୀ ପରେ ଛାଡି ଚାଲି ଯାଇଥିଲା ମା ଓ ଶିଶୁକୁ । ସେ ମା ଖୋଜୁଛି ତା ଶିଶୁ କନ୍ୟା ପାଇଁ ବାପର ପରିଚୟ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ । ଏକ ଗରୀବ ନିରୀହ ଆଦିବାସୀ ଯୁବତୀ ସାତ ଦିନ ହେବ ଶିଶୁକନ୍ୟାଟିଏ ଜନ୍ମ ଦେଇଛନ୍ତି ହେଲେ ଦେଇ ପାରୁନାହିଁ ଶୁଶଟିର ବାପର ପରିଚୟ।
ବିବାହ ନହେଇ ଶିଶୁ କନ୍ୟାକୁ ଜନ୍ମ ଦେବା ଦୁଃଖକୁ ଦ୍ୱିଗୁଣିତ କରିଦେଇଛି। ଏପରି ପରିସ୍ଥିରେ କିଏ ବା ଦେବ ସାହାରା , ନିଜର ତ କେହିନାହିଁ । ପରିବାର କହିଲେ ସେ ନିଜେ ଓ ରୋଗୀନା ବାପାଟିଏ ଓ ସାବତ ମା।ସେମାନେ ବି ଝିଅ କୁ ପର କରିଦେଇଛନ୍ତି। ଏବେ କେବଳ ଯୁବତୀଙ୍କୁ ଦରକାର ତା ଶିଶୁ କନ୍ୟାର ବାପାର ପରିଚୟ ।ଏନେଇ ଯୁବତୀ ଜଣଙ୍କ ଥାନାର ଦ୍ଵାରସ୍ଥ।
ଥୁଆମୂଳ ରାମପୁର ଯାକେଶପଦର ରାବିତ ନାଏକ ଗତ ତିନି ବର୍ଷ ହେଲା ଯୁବତୀଙ୍କୁ ବିବାହର ପ୍ରତିଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗର୍ଭବତୀ ହେଲା ପରେ ତାଙ୍କୁ ତିରସ୍କାର କରିଥିଲେ ଯୁବକ। ବର୍ତ୍ତମାନ ଯୁବତୀ ଜଣକ ନିଜର ଅଧିକାର ମାଗିବାରୁ ସେ ମାନସିକ ଚାପ ପ୍ରୟୋଗ କରି ଧମକ ଦେବାସହ କାହାକୁ କିଛି କହିଲେ ଜୀବନରେ ମାରିଦେବାର ଧମକ ଦେଉଥିଲେ। ବର୍ତ୍ତମାନ ଶିଶୁକନ୍ୟା ଜନ୍ମ ହୋଇ ସାତ ଦିନ ବିତି ସାରିଛି। ଏହି ଭଳି ଦୁଖଃର ପାହାଡ ସହି ନପାରି ଶିଶୁ କନ୍ୟାର ମା ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ଏ ନେଇ କଳାହାଣ୍ଡି ଆଦିବାସୀ ନେତା ସୁରେଶ ମାଝୀ, ଆସି ଯୁବତୀ ଙ୍କ ସହ ଆଲୋଚନା କରି ରାମପୁର ଥାନା ଅଧିକାରୀ ଙ୍କ ଏ ସମ୍ପର୍କରେ ଅବଗତ କରିଥିଲେ। ତେବେ ଜିଲ୍ଲା ଶିଶୁକଲ୍ୟାଣ ଅଧିକାରୀ ଦୃଷ୍ଟି ଦେଇ ଯୁବତୀଙ୍କୁ ନ୍ୟାୟ ଦେବା ସହ ଦୋଷୀଉପରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଛି।