ମହିଷାମର୍ଦିନୀ ବେଶରେ ଦର୍ଶନ ଦେବେ ମା ସୁରେଶ୍ବରୀ

(ସୋନପୁର / ଓମପ୍ରକାଶ ମିଶ୍ର ): ସୁବର୍ଣ୍ଣପୁରର ଇଷ୍ଟଦେବୀ ମା” ସୁରେଶ୍ବରୀ ଙ୍କର ଗତକାଲି ସନ୍ଧ୍ୟାରେ ଜୟ ଦୁର୍ଗା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ମା” ଙ୍କ ଏହି ବେଶ କୁ ଦର୍ଶନ କରିବା ପାଇଁ ଇଷ୍ଟଦେବୀ ମା” ସୁରେଶ୍ୱରୀ ମନ୍ଦିର କୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ଆଳତି ଦେଖିବା ପାଇଁ ଭକ୍ତ ମାନଙ୍କ ସମାଗମ ହୋଇଥିଲା । ସୁବର୍ଣ୍ଣପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ ଆଜି ସନ୍ଧ୍ୟାରେ ମହିଷାମର୍ଦିନୀ ବେଶରେ ଧାରଣ କରି ଭକ୍ତ ଓ ଶ୍ରଧାଳୁ ମାନଙ୍କୁ ଦର୍ଶନ ଦେବେ । ଇଷ୍ଟଦେବୀ ମାଁଙ୍କ ମହିଷାମର୍ଦିନୀ ବେଶ ଦେଖିବା ପାଇଁ ମନ୍ଦିର କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।ଆସନ୍ତା କାଲି ସୋମବାର ଦଶହରା ଇଷ୍ଟଦେବୀ ମାଁ ସୁରେଶ୍ୱରୀ ରାଜ ରାଜେଶ୍ୱରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ।ମନ୍ଦିର କମିଟି , ଦେବୋତ୍ତର ବିଭାଗ ଓ ପୋଲିସ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।