(ଜଳେଶ୍ବର/ଅଜିତ ସାହୁ): ଅବକାରୀ ବିଭାଗକୁ ପୁଣି ବଡ଼ ସଫଳତା। ବିପୁଳ ପରିମାଣର ଦେଶି ବିଦେଶୀ ମଦ ଜବତ ସହିତ ଛଅ ଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଭୋଗରାଇ ଅଞ୍ଚଳରେ ଦୀର୍ଘଦିନ ହେବ ବେଆଇନ ମଦ ବ୍ୟବସାୟ ହେଉଥିଲା। ଏନେଇ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଜିଲ୍ଲା ଅବକାରୀ ଏସ୍ପି ବିବେକାନନ୍ଦ ନାୟକଙ୍କ ନିର୍ଦେଶ କ୍ରମେ , ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ଯାଇଥିଲା। ଚଢ଼ାଉ ବେଳେ ୨୦୦ ଲିଟର ଦେଶୀ ଓ ବିଦେଶୀ ମଦ ସହିତ , ଛଅ ଜଣଙ୍କୁ ଗିରଫ କରିଛି ବିଭାଗ। ଗିରଫ ବ୍ୟକ୍ତି ମାନେ ହେଲେ ସୁମନ୍ତ ଦେ, ସୁବୋଧ ଦାସ, ଜିତୁ ଟୁଡୁ, ସୁକୁଲ ହେମରମ, ଦୟାନିଧି ଦାସ ଓ ଗଗନ ଦଳେଇ ।