ବଣାଇ ଜଙ୍ଗଲରେ ହାତୀ ମୃତ୍ୟୁ: ବ୍ୟବଚ୍ଛେଦ କରାଇ ଦେଲେନି ହାତୀପଲ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡ ଅନ୍ତର୍ଗତ ରାଇଗିରି ଜଙ୍ଗଲରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା । ମୃତ ହାତୀର ବ୍ୟବଚ୍ଛେଦ ପାଇଁ ସେଠାରେ ବନବିଭାଗ ଓ ଡାକ୍ତରୀ ଟିମକୁ କିନ୍ତୁ ହାତୀ ପଲ ଛାଡିନଥିବା ଖବର ମିଳିଛି ।
ସୂଚନା ଅନୁଯାୟୀ, ରାଇପୁର ଜଙ୍ଗଲ ମଧ୍ୟକୁ ଦୁଇ ତିନି ଦିନ ତଳେ ୧୫ଟି ହାତୀ ଥିବା ଏକ ହାତୀ ପଲଙ୍କୁ ଆସିଥିବା ଦେଖିବାକୁ ମିଳିଥିଲା । ସେହି ପଲରେ ଗୋଟିଏ ବୃଦ୍ଧା ହାତୀ ଗୋଡରେ ଆଘାତ ଲାଗିବାରୁ ସେ ଚଲାବୁଲା କରିପାରୁଥିବା ଓ ଅସୁସ୍ଥ ଥିବା ଦେଖିବାକୁ ମିଳିଥିଲା । ଏହାପରେ ବଣାଇ ବନ ବିଭାଗ ଉକ୍ତ ହାତୀର ଚିକିତ୍ସା କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ଯେତେବେଳେ ହାତୀର ବ୍ୟବଚ୍ଛେଦ ପାଇଁ ସେଠାରେ ବନ ବିଭାଗ ପହଞ୍ôଚଥିଲା, କିନ୍ତୁ ଦଳର ଅନ୍ୟ ହାତୀ ଉକ୍ତ ମୃତ ହାତୀକୁ ଯଗି ରହିବା ସହ ବ୍ୟବଚ୍ଛେଦକାରୀଙ୍କୁ ତା ନିକଟକୁ ଛାଡି ନଥିଲେ । ପରେ ବନ ବିଭାଗର ଏକ ଟିମ୍‌ ହାତୀ ପଲକୁ ଘଉଡ଼ାଇ ଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ହାତୀକୁ ସେଠାରେ ପୋତି ଦିଆଯିବ ବୋଲି ବନାଧିକାରୀ ସୂଚନା ଦେଇଛନ୍ତି ।