ଫନିକୁ ନେଇ ନିର୍ବାଚନ କମିଶନଙ୍କୁ ଭେଟିଲେ ନବୀନ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ନିର୍ବାଚନକୁ ନେଇ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଟକୁରା ନିର୍ବାଚନ ଘୁଂଚାଇବାକୁ କମିଶନଙ୍କୁ ଅନୁରୋଧ କରିଛନ୍ତି। ସାମୁଦ୍ରିକ ଝଡ଼ ଫନିକୁ ନେଇ ରାଜ୍ୟରେ ବର୍ଷା ହେବାକୁ ରହିଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନକୁ ଘୁଂଚାଇବାକୁ ସେ ଅନୁରୋଧ କରିଛନ୍ତି। ବାତ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ନବୀନଙ୍କ ଅନୁରୋଧ ଉପରେ ନିର୍ବାଚନ କମିଶନ ଗୁରୁତର ସହ ବିଚାର କରିବେ ବୋଲି ନବୀନଙ୍କୁ ଆଶ୍ୱାସନା ଦେଇଥିବା ସେ କହିଛନ୍ତି ।