ଦେବତା ସାଜିଲା ସଇତାନ

(ରିପୋଟରର୍ସ ଟୁଡ଼େ / ମୃତ୍ୟୁଞ୍ଜୟ ଭୋଇ ) : ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ବଲଣ୍ଡା ଗୁରୁଦ୍ୱାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ସ୍ୱାମୀ ପଥରରେ ଛେଚି ଛେଚି ଅତି ବିଭତ୍ସଭାବେ ହତ୍ୟା କରିଛି । ମୃତ ମହିଳା ହେଲେ ଗୀତା ଦେହୁରୀ । ଅଭିଯୁକ୍ତ ସ୍ୱାମୀ ମୁନା ବେହେରାକୁ ପୋଲିସ ଅଟକ ରଖି ପଚରାଉଚରା କରିଛି ।
ପ୍ରାପ୍ତ ସୂଚନା ମୁତାବକ, ବଲଣ୍ଡା ଗୁରୁଦ୍ୱାର ଗାଁର ମୁନା ଓ ତାଙ୍କ ସ୍ତ୍ରୀ ଗୀତାଙ୍କ ମଧ୍ୟରେ କୌଣସି କାରକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମୁନା ସ୍ତ୍ରୀକୁ ଆକ୍ରମଣ କରିଥିଲା । ଏକ ପଥରରେ ସ୍ତ୍ରୀର ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଛି । ଏ ନେଇ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ଏହା ସହିତ ଅଭିଯୁକ୍ତ ମୁନା ବେହେରାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।