ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈଶଲ୍ୟ ଯୋଜନା ସଂକ୍ରାନ୍ତୀୟ ବୈଠକ

(ସୋନପୁର / ଓମ ପ୍ରକାଶ ମିଶ୍ର ): ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୁବର୍ଣ୍ଣପୁର ତରଫରୁ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈଶଲ୍ୟ ଯୋଜନା ଅଧିନରେ ତାଲିମ ପ୍ରାପ୍ତ ହାସଲ କରି କର୍ମନୁଯୁକ୍ତି ପାଇଥିବା ପ୍ରାର୍ଥୀ ଓ ପ୍ରାଥୀନୀଙ୍କର ଅଭିଭାବକ ଙ୍କୁ ନେଇ ଏବ ବୈଠକ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଜିଲ୍ଳାପାଳ ଶ୍ରମତୀ ମୋନିଷା ବାପାର୍ଜୀ ମୁଖ୍ୟ ଅତିଥି ହିସାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହି ବୈଠକୁ ଉଦଘାଟନ କରିବା ସହିତ ଉପସ୍ଥିତ ଥିବା ପ୍ରାର୍ଥୀ ପ୍ରାର୍ଥୀନୀ ଏବଂସେମାନଙ୍କ ଅଭିଭାବକଙ୍କୁ ଏହି ଯୋଜନାରେ ସୁଫଳ ବିଷୟରେ ଅବଗତ କରାଇଥିଲେ ଏବଂ ଏହା ସହିତ ନି ଜଅହଚଳରେ ଅନ୍ୟ ଯୋଗ୍ୟ ପ୍ରାର୍ଥୀ ଏହି ଯୋଜାନାର ସୁଫଳ ନେବା ପାଇଁ ପ୍ରବର୍ତ୍ତାଇଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ , ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା , ସୁବର୍ଣ୍ଣପୁରର ଶରତ ଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇ ଅଭିଭାବକଙ୍କୁ ସେମାନଙ୍କର ପିଲାମାନେ ଡ଼ି.ଡ଼ି.ୟୁ – ଜି, କେ.ୱାଇ ଯୋଜନା ମାଧ୍ୟମରେ କର୍ମ ନୁଯୁକ୍ତି ପାଇଁ କିପରି ଅନୁଭବ କରୁଛନ୍ତି ତାହା ଆଲୋଚନା କରିଥିଲେ । ଏଥି ସହିତ ତାଲିମ ଓ କର୍ମନିଯୁକ୍ତିରେ କିଛି ଅସୁବିଧା ହେଉଛିକି ନାହିଁ କି କି ସୁବିଧା ଉପଲବ୍ଧ ହେଉଛି , ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ । ଜିଲ୍ଳାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଆଲୋଚନା ସମୟରେ ଉଲୁଣ୍ଡାବ୍ଲକର ଜାଲୋଇ ଗ୍ରା.ପ ରୁ ଆସିଥିବା ଜଣେ ପ୍ରାର୍ଥୀନୀ ସଖାରାଣୀ ସେଠୀଙ୍କର ମା’ ଭଜିଲି ସେଠୀ ତାଙ୍କ ଝିଅ ଏହି ଯୋଜନା ମାଧ୍ୟମରେ ତାଲଇମ ନେଇ ତାମିଲନାଡ଼ୁର ତ୍ରିପୁରାଠାରେ ଆତ୍ମନିଯୁକ୍ତି ପାଇଥିବାର କଥା କହିବା ସମୟରେ ଖଉସିରେ ଆତ୍ମହରା ହୋଇପଡ଼ିଥିଲେ । ତାଙ୍କର କଥାରେ ସେ ଏହି ଯୋଜାନକୁ ବହୁତ ଧନ୍ୟବାଦ ଜଣାଇ କହିଥିଲେ ଯେ ଏହି ଯୋଜନା ଗରିବ ପିଲାଙ୍କୁ ନିଯୁକ୍ତି ଯୋଗାଇଦେଇ କେତେ ଯେ ଉଜୁଡ଼ା ଘରକୁ ଖୁସି କରିଦେଉଛି ତାହା କଥାରେ ବର୍ଣ୍ଣନା କରାଯାଇ ପାରିବ ନାହିଁ । ଏହି ଅଭିଭାବକ ବୈଠକରେ କାର୍ଯ୍ୟନିର୍ବାହୀ ଅଧିକରୀ , ଓରମାସ , ସୁବର୍ଣ୍ଣପୁର ଯୁବରାଜ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା , ସୁବର୍ଣ୍ଣପୁରର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶିକର ଶ୍ରେବାଳିନୀ ପଟ୍ଟନାୟକ ଏହି ଯୋଜନାର ଲକ୍ଷ୍ୟ , ଉଦ୍ଦେଶ୍ୟ ଏବଂ ଅଭିଭାବକ ବୈଠକର ଲକ୍ଷ୍ୟ ବିଷୟ;ର ଅବଗତ କରାଇଥିଲେ । ବୈଠକ ଶେଷରେ ଜିଲ୍ଳାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଅଭିଭାବକଙ୍କୁ ଉପହାର ଦେଇ ସମ୍ମାନିତ କରିଥିଲେ । ଶେଷୋ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶିକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓରମାସ ସୁବର୍ଣ୍ଣପୁର ବିଶ୍ୱମ୍ଭର ପରିଡ଼ା , ଦେବାଶିଷ ମିଶ୍ର , ଶଶିକାନ୍ତ ସେଠୀ ପ୍ରମୁଖ ଯୋଗଦେଇ ବୈଠକରେ ସହାୟତା କରିଥିଲେ ।