ଦମକଳ ବାହିନୀ ଦ୍ୱାରା ଅଣଓସାରିଆ କୂଅରୁ ବ୍ୟକ୍ତିଙ୍କୁ ଉଦ୍ଧାର

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଆଜି ସକାଳ ୧୦.୩୫ ମିନିଟ ସମୟରେ ଭୁବନେଶ୍ୱର ଫାୟାର ଷ୍ଟେସନକୁ ଏୟାର ଫିଲ୍ଡ ଥାନା ଅଧୀନ ଭିମଟାଙ୍ଗି ହାଉସିଂ ବୋର୍ଡ କଲୋନିରୁ ଫୋନ ଯୋଗେ ସୂଚନା ମିଳିଥିଲା କି, ଜଣେ ବ୍ୟକ୍ତି ଏକ ଅଣ ଓସାରିଆ ଗଭୀର କୂଅରେ ପଡିଯାଇଛନ୍ତି । ସୂଚନା ପାଇ ତଚ୍ଛ୍କ୍ଷଣାତ୍ ସେଠାରେ ଦମକାଳ ବାହିନୀ ପହଞ୍ôଚଥିଲା । କୂଅଟି ଅତ୍ୟନ୍ତ ଗଭୀର ଓ ଅଣ ଓସାରିଆ ହୋଇଥିବାରୁ ଭିତରରେ ଅକ୍ସିଜେନ ମାତ୍ରା କମ ଥିବା ଆଶଙ୍କା ରହିଥିଲା । ତେଣୁ ଦମକଳ ଦଳ କୂଅ ଭିତରକୁ ଶ୍ୱାସ କ୍ରିୟା ପାଇଁ ପାଇପ ଯୋଗେ ଅକ୍ସିଜେନ ମାସ୍କ ପକାଇବା ସହ ଉକ୍ତ ବ୍ୟକ୍ତିଙ୍କୁ ଜୀବିତ ଉଦ୍ଧାର କରିଥିଲା । ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରଭାକର ଶ୍ରୀଚନ୍ଦନ (୫୩) । ଦମକଳ ବାହିନୀର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରାଯାଇଛି ।