(ଜ୍ୟୋତିରଞ୍ଜନ ଧର)କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ପୋଲିସ କୋଇଲା ମାଫିଆ ତଥା ଚୋରା କୋଇଲା ବ୍ୟବସାୟୀଙ୍କୁ ସାବାଡ଼ କରିବା ପାଇଁ ସୋମବାର ଦିନ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ସଫଳତା ମଧ୍ୟ ପାଇଥିବା ଜଣାଯାଇଛି । ଗତକାଲି ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଚୋରା କୋଇଲା ଜବତ କରିଛି ତାଳଚେର ପୁଲିସ। ତାଳଚେର ପୁରୁଣା ଯୁବରାଜ ହାଇସ୍କୁଲ ପଛପାର୍ଶ୍ୱ ଏବଂ ପୁରୁଣା କ୍ରସର ନିକଟରେ ବହୁ ପରିମାଣରେ ଚୋରା କୋଇଲା ଗଦା ହୋଇଥିବାର ସୂଚନା ମିଳିବାପରେ ତାଳଚେର ପୋଲିସ ଟିମ ଅତର୍କିତ ଚଢ଼ାଉ କରିଥିଲା । ଉକ୍ତ ସ୍ଥାନରୁ ୬୦ ଟନ୍ ଚୋରା କୋଇଲା ଜବତ କରିବା ପରେ ଏମ୍.ସି.ଏଲ ଲିଙ୍ଗରାଜ ଖଣି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲା। ଅନୁରୂପ ଭାବରେ ଗତ ୬ତାରିଖରେ ୭୦ଟନ୍ ଚୋରା କୋଇଲା ଜବତ କରାଯାଇ ଏମ୍.ସି.ଏଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ତାଳଚେର ଥାନା ଆଇଆଇସି ସୈାଭାଗ୍ୟ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।