ଗାଧୋଇବା ହେଲା କାଳ

(ମମତା ସାମଲ)ରିପୋର୍ଟସଟୁଡେ: କେନ୍ଦ୍ରାପଡ଼ା ପାଟକୁରା ଚିତ୍ରପୋଳା ନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡ଼ି ଯାଇ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଗାଧୋଇବା ବେଳେ କୈାଣସି କାରଣରୁ ଅସାବଧାନତବଶତଃ ଗୋଡ଼ ଖସିଯିବାରୁ ଯୁବକ ୨ଜଣ ପାଣିରେ ବୁଡ଼ି ଯାଇଥିଲେ । ସେମାନଙ୍କ ଚପଲ, ସାବୁନ, ଡ୍ରେସ ଦେଖି ସମ୍ପର୍କୀୟ ଖୋଜାଖୋଜି କରିଥିଲେ । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ପାଟକୁରା ମେଡିକାଲକୁ ନେଇଥିଲେ । କିନ୍ତୁ ଡାକ୍ତର ଉଭୟ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ୨ଯୁବକ ପାଟକୁରାରେ ନିଜ ବନ୍ଧୁ ଘରକୁ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ । ଜଣେ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଓ ଜଣଙ୍କ ଘର ମୁମ୍ବାଇ ହୋଇଥିବା ଜଣାପଡ଼ିଛି । ମୃତକଦ୍ୱୟ ହେଲେ ସରିଫ ଖାଁ ଓ ବସନ୍ ଖାଁ । ଉଭୟ ଯୁବକଙ୍କ ବୟସ ୨୫ରୁ ୨୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।