(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦେଶରେ ସମ୍ପ୍ରତି କ୍ୟାବର ପ୍ରଚଳନ ବଢିବାରେ ଲାଗିଛି । କ୍ୟାବରେ ଯାତ୍ରା କଲେ ପବ୍ଲିକର ଧକ୍କା ପେଲା ନ ଥାଏ କି ପବ୍ଲିକ ଭେହିକିଲ ପରେ ଅପେକ୍ଷା କରି ବାକୁ ହୋଇ ନ ଥାଏ । ସାଧାରଣତଃ କ୍ୟାବର ଡ୍ରାଇଭର ଭାବେ ପୁରୁଷଙ୍କୁ ଦେଖିବାକୁ ମଳିଥାଏ । କିନ୍ତୁ କ୍ୟାବ ଡ୍ରାଇଭର ଶ୍ରେଣୀରେ ସାମିଲ ହୋଇ ଜଣେ କିନ୍ନର ରାଣୀ କିରଣ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଖାଲି ଉଦାହରଣ ହୋଇ ନାହାନ୍ତି, ବରଂ ତାଙ୍କ ଉତ୍ତମ ସେବା ପାଇଁ ତାଙ୍କୁ ଫାଇଭ ଷ୍ଟାର ରେଟିଂ ବି ମିଳିଛି।
୨୦୧୬ ମସିହାରେ ରାଣୀ ପ୍ରଥମେ ଅଟୋରିକ୍ସା ଚଳାଇଲେ । ସେ ଜଣେ କିନ୍ନର ହୋଇଥିବାରୁ ପ୍ରଥମେ ପ୍ରଥମେ ଲୋକେ ତାଙ୍କ ଅଟୋରେ ବସିବାକୁ ପସନ୍ଦ କରୁନଥିଲେ । ତେଣୁ ସେ ଅଟୋ ଚଳାଇବା ବନ୍ଦ କରି ଦେଲେ । ଗତ ପୁରୀ ରଥ ଯାତ୍ରାରେ ସେ ସ୍ୱେଚ୍ଛାସେବୀ ଭାବେ ଆମ୍ବୁଲାନ୍ସ ଚଳାଇଥିଲେ। ଏବେ କ୍ୟାବ୍ ଚଳାଇ ବେଶ ଲୋକପ୍ରୀୟତା ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ କ୍ୟାବ୍ ଗ୍ରାହକମାନେ ରେଟିଂ କରିଥିବା ବେଳେ ତାଙ୍କୁ ଫାଇଭ ଷ୍ଟାର ରେଟିଂ ମିଳିଛି।