ଆପୋଲୋ ହସ୍ପିଟାଲ ଉପରେ କର୍ଯ୍ୟାନୁଷ୍ଠାନ

(ରିପୋଟରର୍ସ ଟୁଡ଼େ / ମୃତ୍ୟୁଞ୍ଜୟ ଭୋଇ ) : କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନରେ ହୋଇଥିବା ଆପୋଲୋ ପଞ୍ଜୀକରଣରକୁ ରଦ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ଏନ୍‌ଏଚ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୀଡ଼ିତଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ କୁହାଯାଇଛି । ଏନେଇ ଅନୀଲଙ୍କ ପରିବାର ଏନ୍‌ଏଚ୍‌ଆରସିଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।
୨୦୧୩ ମସିହାରେ ବରଗଡ଼ ତଳିପଡ଼ାର ଅନୀଲ ସ୍ୱାମୀଙ୍କ ଡାହାଣ ପଟ କିଡ୍‌ନୀ କାଢିନେଇ ରାଘବରାମ ଦେରାଙ୍କ ଶରୀରରେ ଲଗାଯାଇଥିଲା । ଏନେଇ ୨୦୧୬ରେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବାପରେ ରାଘବରାମ ଦେରାଙ୍କ ପରିବାରର ୮ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହାପରେ ମୁଖ୍ୟ ଅଭିଯୁକ୍ତ ଦାଶରଥି ଦୋରାଙ୍କୁ ଗିରଫ କରା ଯାଇଥିଲା ।