(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁ କହିଛନ୍ତି, ପାକିସ୍ତାନରୁ କାଶ୍ମୀର ଯାଉଥିବା ଲୋକଙ୍କୁ ଭାରତ ଇସଲାମିକ ଆତଙ୍କବାଦୀ କହୁଛି । ଇମରାନା ଏକ ଟୁଇଟରେ କାଶ୍ମୀର ପ୍ରସଙ୍ଗରେ ଏପରି ମତରଖିବା ପରେ ଭାରତୀୟମାନେ ଇମରାନଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି ।
ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ସରକାର ଓ ସେନା ପକ୍ଷରୁ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଆତଙ୍କବାଦୀ ଅନୁପ୍ରବେଶ ଚାଲିଛି । ଏହାକୁ ଭାରତ ଜାତି ସଂଘରେ ମଧ୍ୟ ଉପସ୍ଥାପନ କରିଛି । ଏହାକୁ ନେଇ ଇମରାନ କହିଛନ୍ତି, ଯେଉଁମାନଙ୍କୁ ଭାରତ ଅନୁପ୍ରବେଶ କାରି କହୁଛି, ସେମାନେ କାଶ୍ମୀରୀୟଙ୍କ ବନ୍ଧୁ । ବନ୍ଧୁଙ୍କୁ ମିଳିବାକୁ ଯିବାକୁ ଭାରତ ଅନୁପ୍ରବେଶ କହୁଛି ।