ସୋର: ରାମ ନବମୀ ଶୋଭା ଯାତ୍ରାରେ ଯୁବକଙ୍କୁ ଛୁରାମାଡ । ଶୋଭା ଯାତ୍ରା ଚାଲିଥିବା ବେଳେ ଘଟିଛି ଏଭଳି ଛାତି ଥରା ଘଟଣ । ବାଲେଶ୍ୱର ସୋର ଅଞ୍ଚଳର କୋର୍ଟ ଛକ ନିକଟରେ ଏଭଳି ଘଟଣା ହୋଇଥିବା ସୂଚନା ରହିଛି । ଯୁବକ ଜଣଙ୍କ ଛିଡା ହୋଇଥିବା ବେଳେ ବାଇକରେ ୫ ଜଣ ଦୁର୍ବୃତ୍ତ ଆସି ଛୁରାମାଡ କରିଥିଲେ । ଫଳରେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ତେବେ ଏହି ଛୁରାମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।