(ଖଗେଶ୍ୱର ପିଙ୍ଗୁଆ) ପାଲଲହଡା: ୧୨ ଘଣ୍ଟାର ଲଗାଣ ବର୍ଷାରେ ବେହାଲ ପାଲଲହଡା ବ୍ଲକ । ଶୁକ୍ରବାର ରାତି ୩ଟାରୁ ଶନିବାର ଅପରାହ୍ନ ୪ଟା ଯାଏ ବର୍ଷା ଧାରା ଥମିବାର ନାମ ନେଇ ନ ଥିଲା । ଫଳରେ ଜଳବନ୍ଦୀ ହୋଇଛି ବ୍ଲକର ଖମାର ଅଞ୍ଚଳ ଓ କଣ୍ଟିଆପଶି ବଜାର । ଖମାର ନିକଟସ୍ଥ ଓଡଶ ଗ୍ରାମର ଦୁଇ ବନ୍ଧୁ ଦୋଳ ଦାସ (୨୨) ଓ ସୁଶାନ୍ତ ନାଏକ (୨୮) ନଦୀ କୂଳକୁ ଶୌଚ ପାଇଁ ଯାଇଥିବା ବେଳେ ହଠାତ୍ ବଢିପାଣି ପସି ଆସିଥିଲା । ସୁଶାନ୍ତଙ୍କୁ ବଢିପାଣି ବୁହାଇ ନେଇଥିଲା ।
ଆଜି ଓଡ୍ରାଫ ଟିମ ଆସି ନିଖୋଜକୁ ଖୋଜୁଛି, କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ ।